Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Writer Roja Panda

Others

2  

Writer Roja Panda

Others

ପ୍ରଭୁଙ୍କ ରଥଯାତ୍ରା

ପ୍ରଭୁଙ୍କ ରଥଯାତ୍ରା

1 min
7.0K


ଚନ୍ଦନ ଚର୍ଚ୍ଚିତ ନୀଳ କଳେବର

ଆଜି ବସିଅଛ ରଥରେ

ବଡ଼ଦାଣ୍ଡେ ତୁମ ରଥ ଟାଣୁଥିବେ

ମିଶି କୋଟି କୋଟି ଭକ୍ତରେ.

ଆହେ ବିଶ୍ୱରୂପି ପ୍ରଭୁ ହୃଷିକେଶ

ଭକତ ଜନର ତୁମେ ତ ବିଶ୍ୱାସ

ନନ୍ଦିଘୋଷେ ଆଜି ବିଜେ କରି ପ୍ରଭୁ

ବାଂଟୁଛ ଅମୃତ ଆଶିଷ .

ନଅ ଦିନ ଯାଏ ମାଉସୀଙ୍କ ଘରେ

କରିବ ତ ତମେ ମଉଜ

ଶ୍ରୀ ମନ୍ଦିରେ ଲଷ୍ମୀଦେବୀ ଝୁରୁଥିବେ

ତୁମ ଫେରିବାର ବାଟକୁ ତ ଚାହିଁ

କଟୁଥିବ ତାଙ୍କ ସକାଳ ସଞ୍ଜ.

ବାହୁଡ଼ାରେ ପୁଣି ବାହୁଡ଼ିବ ତୁମେ

ଶ୍ରୀ ମନ୍ଦିରେ ହେବ ପୁନଃ ପ୍ରବେଶ

ତୁମକୁ ଦେଖିଣ ପୁନର୍ବାର ପିଠେ

ମହାଲକ୍ଷ୍ମୀଙ୍କର ଭାଙ୍ଗିବ ରୋଷ.

ତୁମରି ଅଭଡା ଖାଇବାକୁ ପୁଣି

ଆନନ୍ଦ ବଜ଼ାରେ ଲାଗିବ ଭିଡ

କୋଟିଏ ଦେବତା ପରା ଏ ସଂସାରେ

ସବୁଠାରୁ ଅଟ ତୁମେ ତ ବଡ଼.

ଆହେ ଇଚ୍ଛାମୟ ଇଛାରେ ତୁମର

ଭରିଦିଅ ମୋର ଥାଳ

ସ୍ଵଇଚ୍ଛାରେ ଆଜି ଗ୍ରହଣ କର ହେ

ମୋର ଏ ତୁଳସୀ ମାଳ ।


Rate this content
Log in