ସପନ ଅସୀମ ଅସୁମାରି
ସପନ ଅସୀମ ଅସୁମାରି
ଏ ସପନ ସ୍ପନ୍ଦନ ସୁନ୍ଦର
ହେଉ ଶୂନ୍ୟ ହୃଦୟର
ରଚନା ଏକ ମଧୁର ସଙ୍ଗୀତର
ଏକ ନିଆରା ଭାବର
କେତେ ସେ ଧାଏଁ ଧାରାରେ
ଖୁବ୍ ଭିଜୁଥାଏ ଲଢ଼େଇରେ
ଭରି ବିଶ୍ବାସ ଓ ହାରି ହଜାଇବାର
ସପନ ହଜିଲେ ମୁଁହ ସବୁ ହଜିଯାଏ
ପରିଚିତ ସବୁ ଅପରିଚିତ ପାଲଟିଯାଏ
ରାତି ଦିନ ନାହିଁ ସପନ ରାଇଜରେ
କାହା ଆଖିରେ କାହା ହୃଦୟରେ
ବସା ବାନ୍ଧି ରହି ଯାଇ
ଏ ଅବିଶ୍ରାନ୍ତ ଧାଉଁ ଥାଇ
ଧାବତ୍ ଏ ମଧ୍ୟ ମନର ଗତିରେ
ରମୁ ଥାଇ ଏ ଗଗନ ପବନରେ
କେତେ ନୂଆ କେତେ ପୁରୁଣା
କେତେ ଲୁଣଦିଆ କେତେ ଅଲଣା
ଅଲଗା ଅଜଣା ଚିହ୍ନଟ ନାହିଁ
କାରଣ ଦିନରାତି ରୂପ ବଦଳୁ ଥାଇ
କିଛି ହିସାବ ବହିଯାଇଛି
କିଛି ବେହିସାବ ରହିଯାଇଛି
ସପନ ଭାଙ୍ଗେ କିଛିଟା ନୁଆ ଦେଖେ
ଦେଖି ଦେଖି ପୁଣି ସେ ଶିଖେ
ସପନର ମୂଲ ତାରି ତୁଲ
ଏ ମନଟା ବିଳାପି ଉଠେ
କିଛି ମିଳେ କିଛି ମିଳେନା
ଏ ମନଟା କିଛି ମାନେନା
ପୁଣି ଥରେ ଜୀବନରେ
ସପନ ଦେଖିବାରେ
ହେଳା କରେନି
ନିଏ ଦେଖି
ବଞ୍ଚି ରହିବାର
ଜୀବନ ଯାତ୍ରାର
ଏ ଅହରହ ସଂଗ୍ରାମ ପାଇଁ
ଏ ଯୁଦ୍ଧ ସପନର ସପନ ପାଇଁ
କିଛି ହସି ହଜାଇବା ପାଇଁ
ଆଉ ଏକ ହସରେ ତାକୁ ଭୁଲିବା ପାଇଁ.. 😀😀