Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

3  

Prasanna Kumar Madala

Others

ବସନ୍ତ ମଳୟ

ବସନ୍ତ ମଳୟ

1 min
195




ଫଗୁଣର ଫଗୁ ବୁଣି ବୁଣି

ଆସୁଛି ବସନ୍ତେ ମଧୁର ମଳୟ ,

କୋକିଳର ସ୍ବନ ଶୁଣି ଶୁଣି

ଘାରୁଛି ସପନେ ସ୍ମୃତିର ବଳୟ ।


ହିମାନ୍ତେ ପବନ ରହି ରହି

ଦେଲାଣି ପରଷି ମିଳନ ସପନ ,

ଯିବ କି ତୁରିତେ ବହି ବହି

ଆସିବୁ ଦେଖି ମୋ ପ୍ରେୟସୀ ଲପନ ।


ଯହିଁ ଦେଖ ତହିଁ ଯୋଡି ଯୋଡି

ବିହଗଙ୍କ ମେଳେ ପ୍ରଣୟ ପ୍ରକାଶେ ,

ଅନ୍ତର ମୋ ଯାଏ ପୋଡି ପୋଡି

ଏକାନ୍ତରେ ଭାଳି ପ୍ରିୟାର ସକାଶେ ।


ମଳୟ ତା' କାନେ ତୁନି ତୁନି

କହିବୁ ପ୍ରେମୀ ତୋ' ବିରହେ ବିହରି ,

ଭବିଷ୍ୟେ ଶାବକ କୁନି କୁନି

କଳି କଳରବେ ଗଲିଣି ଶିହରି ।


ଦେଖ ଆମ୍ରବନେ କହୁ କହୁ

ସୁରଭି ପ୍ରସାରେ ନବୀନ ବକୁଳ ,

ମକର ପବନ ବହୁ ବହୁ

ତୋ' ବିନୁ ଲାଗଇ ପରାଣ ଶଙ୍କୁଳ ।


ବନେ ଉପବନେ ଡାଳେ ଡାଳେ

ଚହଟିବେ ଫୁଟି କୁସୁମ ମହକେ ,

ସଙ୍ଗମର ସୁରେ ତାଳେ ତାଳେ

ହୃଦୟ ମୋ ଜଳେ ତତଲା ଡହକେ ।


ଜଗାଏ ବସନ୍ତ ଧୀରେ ଧୀରେ

ସଭିଙ୍କ ହୃଦରେ ପୀରତି ସରାଗ ,

ସ୍ବଚ୍ଛ ନିର୍ଝରିଣୀ ତୀରେ ତୀରେ

ଭ୍ରମର ଅନ୍ବେଷେ ଫୁଲଙ୍କ ପରାଗ ।


ଋତୁରାଜ ବାସ ଛାଡି ଛାଡି

ଗଲେ ବ୍ଯର୍ଥ ହେବ ଯଉବନ ,

ସାଥୀ ପାଶେ ଆସି ମାଡି ମାଡି

ଗୋଲାପି ଅଧରେ ଦିଅନ୍ତା ଚୁମ୍ବନ ।


ପ୍ରସନ୍ନ କୁମାର ମାଦଳା

ଘର ନଂ - ଏଫ୍ / ୧୩

ସେକ୍ଟର - ୪

ରାଉରକେଲା - ୭୬୯୦୦୨

ଦୂରଭାଷ - ୭୯୭୮୧୯୨୨୨୭


Rate this content
Log in