Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

5.0  

Sadananda Sahoo

Others

ସ୍ନେହଁପୂର୍ଣ୍ଣ ପ୍ରିତୀନୀଡ

ସ୍ନେହଁପୂର୍ଣ୍ଣ ପ୍ରିତୀନୀଡ

2 mins
328


ବୈକୁଣ୍ଠ ସମାନ ଅଟେ ଆମଘର

ସ୍ନେହେଁ ପ୍ରେମେ ପରିପୂର୍ଣ୍ଣ ,

ରତ୍ନପ୍ରସୂ ସ୍ଵପ୍ନ ହୋଇଛି ସାକାର

ସାଉଁଟୁଛୁ ଆମେ ସ୍ଵର୍ଣ୍ଣ ! !


ସୁରମ୍ୟ ଆବାସ ସ୍ନେହଁର ଆଶିଷ

ପାପା ମାମା ପ୍ରୀତୀଧାର ,

ଆମେ ତାଙ୍କ ଧନ ହେଉ ଖାଲି ଗେଲ

ଝରଇ ଅମୃତ ନୀର ! !


ପିତା କୃଷ୍ଣଚନ୍ଦ୍ର ଗଢିଛନ୍ତି ନୀଡ

ମୁଣ୍ଡ ଝାଳ ତୁଣ୍ଡେ ମାରି ,

ତ୍ୟାଗପୂତ ତାଙ୍କ ଜୀବନ ଆଦର୍ଶ

ସମର୍ପଣେ ବିଭାବରୀ ! !


ମାଆ ସରସ୍ଵତୀ ସ୍ନେହାଁଶିଳା ଅତି

ମମତାର ଗନ୍ତାଘର ,

ଶୁଭ ଆଶିର୍ବାଦେ ମାଆ ମୋର ଭାସେ

ବ୍ରତପାଳେ ନିରନ୍ତର ! !


ଆମ ସୁନା ବସା ହସୁଛି ସର୍ଵଦା

ସୌଭାଗ୍ୟ ବିଜୟ ଟୀକା ,

ଆହେ ଗୋପୀନାଥ ରେମୁଣା ସଙ୍ଗାତ

ଦୂର କର ସର୍ବ ଶଙ୍କା ! !


କୁଳର ଗାରିମା ପ୍ରୀତିର ଚନ୍ଦ୍ରମା

ସଙ୍ଗୀତା ରମଣୀ ବଧୂ ,

ଆବାସ ମହଲେ ହସଫୁଲ ଢାଳେ

ଝରିପଡ଼େ ମୁକ୍ତା ବିନ୍ଦୁ ! !


ସୁଶ୍ରୀ ସଙ୍ଗୀତାର ଅନବଦ୍ୟ ଦାନ

କାବ୍ୟା ଆମ ନଭଜ୍ୟୋତି ,

ପାଣିଗ୍ରାହିକୁଳ କରିଛି ମଣ୍ଡନ

ଉଚ୍ଛୁଳି ପଡୁଛି ପ୍ରିତୀ ! !


ଆମ ସୁନାକନ୍ୟା କାବ୍ୟା ରତ୍ନପ୍ରଭା

କବିର ସମ୍ପଦ ବର୍ଣ୍ଣା ,

ସ୍ନେହଁର ରଙ୍କୁଣୀ ଗୁଲୁ ଧନରାଣୀ

ସାଜିଛିତ ଋତୁପର୍ଣ୍ଣା ! !


ପ୍ରୀତିର ସ୍ଵାକ୍ଷର କରିଛି ବହନ

ସ୍ନେହଁର ରଙ୍କୁଣୀ ମଣି ,

ଅଲିଅଳି କନ୍ୟା କାବ୍ୟା ଆମ ଧନ୍ୟା

ମାତୃ ପିତୃ ସରାଗିନି ! !


ଭବାନୀ ଶଙ୍କର କୁଳର ଗୌରବ

ସମର୍ପଣେ ମନଯୋଗ ,

ପାପା ମାମା ପତ୍ନୀ ସର୍ବୋଦୟ ତନ୍ତ୍ରୀ

ହୃଦୟରେ ଅନୁରାଗ ! !


ହେ' ମନର ମାନିନୀ ରାଗର ରାଗିଣୀ

ସାତ ଜନମର ସାଥୀ ,

ମୁଁ' ତୁମ ଭବାନୀ ସର୍ବୋତ୍ତମ ପତି

ଅଜାଡିବି ନୀତି ପ୍ରିତୀ ! !


ଜଗତର ନାଥ ଏ' ତୁମରି ବିଭବ

ପାଣିଗ୍ରାହୀ ପରିବାର ,

ଛତ୍ର ଛାୟାତଳେ ରଖହେ ' ଠାକୁରେ

ନ' ଲାଗୁ କାହା ନଜର ! !


ସଦାନନ୍ଦ ସାହୁ , କାରା କର୍ମଚାରୀ

କେନ୍ଦ୍ରୀୟ କାରାଗାର , କଟକ , ଚୌଦ୍ଵାର ,


Rate this content
Log in