ମୁଁ ଯେ ଖାଣ୍ଟିଓଡ଼ିଆ
ମୁଁ ଯେ ଖାଣ୍ଟିଓଡ଼ିଆ
ମୁଁ ଯେ ଖାଣ୍ଟି ଓଡ଼ିଆ
ମୋ ପ୍ରଭୁ କାଳିଆ,
ବଢିଆ ମୋ ଭାଷା,
ମୋ ରାଇଜ ଓଡିଶା ।
ଜନମିଥିଲେ ଏ ମାଟିରେ
ଫକୀରମୋହନ,ମଧୁବାବୁ,
ଭାଷାରଶାସ୍ତ୍ରୀୟ ମାନ୍ୟତା
ପାଇଁ ସହିଥିଲେ କଷ୍ଟସବୁ।
ଗର୍ବର ସହ କହୁ ଆମେ ପୁଣି
ଦେଖାଉ ବୀର ଠାଣୀ,
ଓଡ଼ିଆ ଟା ଆଜି ଓରିଆ ହେଉଛି
ପିଲା ମମି ଡାଡି ଡାକିଲେଣି।
ସଭାସମିତିରେ,ଖାତାକଲମରେ
କବି ଲେଖନୀ ରେ ଭାଷା ବଞ୍ଚିଛି,
ଇଂରାଜୀ, ହିନ୍ଦୀରେଘରେ କଥାବାର୍ତ୍ତା
ଇଂରାଜୀ ସ୍କୁଲରେ ଛୁଆ ପଢୁଛି।
ବଡବଡିଆ ତ ଓଡ଼ିଆ ଭାଷାକୁ
ସବୁବେଳେ ନାକ ଟେକନ୍ତି,
ଇଂରାଜୀ ମାଧ୍ୟମ ସ୍କୁଲରେ ପଢି
ନିଜକୁ ଇଂରେଜ ଭାବନ୍ତି।
ଜ୍ଞାନୀ, ମାନୀ ଆଉ ଶିକ୍ଷିତ ବୋଲି
ସବୁଠି ପାଆନ୍ତି ସମ୍ମାନ,
କେତେ କେତେ ଆସି ଚାହିଁ ରହିଥାନ୍ତି
ଶୁଣିବାକୁ ଇଂରାଜୀ ଭାଷଣ।
ଓଡ଼ିଆପିଲା ତ ଯେତେଜ୍ଞାନୀ ହେଲେ
ନ ମିଳେ ଟିକିଏ ପ୍ରଶଂସା,
ସମାଲୋଚନା ଓ ଅପନିନ୍ଦା ପାଇ
ନ ଭୁଲେ ତା ପ୍ରିୟ ଭାଷା ।
ଏବେବି ରହିଛି ମାତୃଭାଷା ପ୍ରୀତି
ମାଆ, ମାତୃଭୂମି ପାଇଁ,
ଟଳିବିନି ଅବା ଭଳିବିନି କେବେ
ଅନ୍ୟର ଭାଷା ପାଇଁ।
କହିବି ଗରବେ କୁହରେ ସରବେ
ମୋ ମାତୃଭୂମି ମହାନ,
ତା କୋଳେଜନମି ସୁଯୋଗ୍ୟଦାୟାଦ
ଓଡ଼ିଆଭାଷା ମୋ ମୂଲ୍ୟବାନ ।
ମୁଁ ଯେ ସୂଯୋଗ୍ୟ ସନ୍ତାନ ।
ଶିକ୍ଷୟିତ୍ରୀ
ପ୍ରଣତି ମହାପାତ୍ର
ବାଲେଶ୍ୱର