Audio

Forum

Read

Contests

Language


Write

Sign in
Wohoo!,
Dear user,
ବେସୁରା ଗୀତି-୭୬୨
ବେସୁରା ଗୀତି-୭୬୨
★★★★★

© Bijay Prusty

Fantasy

1 Minutes   6.6K    3


Content Ranking

ବର୍ଷା ଗୋ ତୋତେ ଖୋଜୁଥିଲି ଦିନେ

ମନ ପ୍ରାଣ ମୋର ଦେଇ

ଯେବେଳେ ମୋ ଦେହ ସିଝି ଯାଉଥିଲା

ଗ୍ରୀଷ୍ମର ଖରା ଖାଇ ॥

ସେତେବେଳେ ଲୁଚି ରହିଲୁ କେଉଁଠି

ଠିକଣା ମିଳିଲା ନାହିଁ

ଆଜି ତୋତେ ଆଉ ଖୋଜୁନାହିଁ ଜମା

ଦେଖାଉ କିଆଁ ତୋ ଛାଇ ॥

ଜୀବନର ଯେତେ ସୁଖ ଦିନ ସବୁ

ଅତିତ ହୋଇଛି ଆଜି

ଲୋଡୁନି ମୁଁ ତୋର ପ୍ରୀତିର ପରଶ

ତୋତେ କିଆଁ ଯିବି ଖୋଜି ॥

ଆଖି ଲୁହ ସବୁ ଆଖିରେ ମରିଛି

ଟୋପାଏ ବି ଝରୁ ନାହିଁ

ତୋ ଧୋଇବା ପାଇଁ ଟୋପାଏ ବି ଲୁହ

ମୋ ଆଖିରେ ଆଉ ନାହିଁ ॥

ସେଥିପାଇଁ ଆଜି କହୁଛି ଲୋ ବର୍ଷା

ଫେରି ଯାଆ ଫେରି ଯାଆ

ଆର ବର୍ଷ ପାଇଁ ସାଇତି ରଖିଛି

ଛୋଟିଆ କାଗଜ ନାଆ ॥

ବର୍ଷା ଗ୍ରୀଷ୍ମ ପ୍ରୀତି ଲୁହ

Rate the content


Originality
Flow
Language
Cover design

Comments

Post


Some text some message..