Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଫେରିଆରେ ଧନମଣି

ଫେରିଆରେ ଧନମଣି

1 min
6.6K


ଫେରିଆରେ ଧନମଣି

 

ପର୍ଶୁରାମ ବିଶ୍ୱାଳ

 

ମୋ ବିଲେଇ ଖାଏ ମଲେଇ ରାବିଡ଼ି

              ବାପା ପାଏନାହିଁ ଚିନି,

ମୋ ଭାରିଜା ବାଣ୍ଟେ ଜାମା, ଜୋତା କେତେ

              ମାଆ ମାଗେ ଚିରା ମୁଣି,

       ମୁଁ କାଳେ ହାକିମ କହିବାକୁ ଲାଜ

       କି ବୁଝିବୁ ଦୁଃଖ ତୁ ଠାକୁର ଆଜ,

              ଶୁଣି ମୋ ଦୁଃଖ କାହାଣୀ

              ପଥର ହବରେ ପାଣି ।

 

ଗାଆଁକୁ ମୁଁ କେବେ ବାହାରିଲେ ଥରେ

              ଘରଣୀ ଧରୁଚି ଟାଣି,

କହେ ତମେ ଗଲେ ରସି ଦେବି ମୁହିଁ

              ମୋ କଥା ଥବ ଜାଣି,

       କେତେ ଆଡ଼ରୁଷା, କେତେ ମୁହଁଫୁଲା

       ଗାଆଁ କଥା ହେଲେ ସବୁ ବାହାରିଲା,

              ମୋ ମନ କପୋତଟି ପୁଣି

              କାନ୍ଦେ ବାହୁନି ବାହୁନି ।

 

ପୁଅ କହେ ବାପା ଗାଆଁ ଭଲ ନୁହଁ

              ଝିଅ କହେ ସେ ଅସନା,

ଶୁଣି ଶୁଣି କେତେ ଇଆଡୁ ସିଆଡୁ

              ଛାତି ଫାଟିଯାଏ ସିନା,

       ଗାଆଁର ମମତା, ମାଆର ମମତା

       ଭାବି ଜଳିଯାଏ ମୋ ହୃଦ ସଳିତା,

              ଦେ’ ବୁଦ୍ଧି ବେଣୁପାଣି

              ନେଇଯା’ରେ ପୁରୀ ଟାଣି ।

 

ଏ ସହର, ଏଇ ପାଣି-ପବନରେ

              ଶ୍ୱାସ ମୋର ଅବରୁଦ୍ଧ,

କା’ ସାଥେ ମୁଁ କେତେ କରିବିରେ ଜଗା

              ଗାଆଁ ପାଇଁ ଖଣ୍ଡଯୁଦ୍ଧ?

       ହାତ ଠାରି ଡାକେ ମୋର ପ୍ରିୟ ଗାଆଁ

       ହାତ ଠାରି ଡାକେ ସ୍ନେହମୟୀ ମାଆ,

              ଫେରିଆରେ ଧନମଣି

              ବଢ଼େଇଦିଏ ମୋ କାନି ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in