ତୁମରି ପ୍ରେୟସୀ ହେଲି
ତୁମରି ପ୍ରେୟସୀ ହେଲି
କେବେ ତ କହିନି ଭଲପାଇ ନାହଁ,ବୁଝିନାହଁ ମୋତେ ବୋଲି ।
ଅଭିମାନେ କେବେ କହିଥିବି କିଛି ଯଦିବା ହୃଦୟ ଖୋଲି,
ତୁମରି ପ୍ରେୟସୀ ବୋଲି ।
ଛାଡିଯିବ ନାହିଁ ଅଧାବାଟେ ହାତ ,କରିଯିବ ନାହିଁ ଏକା ।
ଏ ସଂସାର ପଥ ଅତି ହିଁ ପିଚ୍ଛିଳ,ତୁମଠି ଭରସା କଲି ।
ତୁମରି ପ୍ରେୟସୀ ହେଲି ।
ପୀରତି କରିବା ଶିଖିନାହିଁ ସଖା,ବୁଝିନି ପୀରତି ପାଠ ।
ତୁମକୁ ମୋର କହିପାରୁ ନାହିଁ, ନିଜେ ହିଁ ତୁମର ହେଲି ।
ତୁମରି ପ୍ରେୟସୀ ବୋଲି ।
ସୁଖ ବି ତୁମର ଦୁଃଖ ବି ତୁମର, ନ ବୁଝି ମୁଁ ମରୁଥାଏ ।
ସପନ ତରୀରେ ଭାସି ବୁଲୁଥାଏ, ପାରି କରିଦେବ ବୋଲି ।
ତୁମରି ପ୍ରେୟସୀ ହେଲି ।