Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Jena

Tragedy

3  

Debabrata Jena

Tragedy

ତୁମ ସ୍ମୃତି

ତୁମ ସ୍ମୃତି

1 min
11.7K



ତୁମ ସ୍ମୃତି ଧରି ବଂଚିଯିବି ମୁହିଁ
ସାଇତି ଅୟୁତ କୋହ
ତୁମ ବିନା ମୁଁ ଯେ ଅସ୍ତିତ୍ବବିହୀନ
ପ୍ରାଣ ଶୂନ୍ୟ ମୋର ଦେହ ।।

ତୁମ ସ୍ମୃତି ଦେଖି ହୃଦୟ ଅମ୍ବରେ
ସୁନେଲି ସୁରୁଜ ଉଏଁ
ତୁମ ସ୍ମୃତି କେବେ ମାନସ ପଟରେ
ମିଠା ମିଠା ଛୁଆଁ ଦିଏ ।।

ତୁମ ସ୍ମୃତି କେବେ ମନ ଝରଣାରେ
କୁଳୁକୁଳୁ ହୋଇ ଝରେ
ତୁମ ସ୍ମୃତି କେବେ ବଉଦ ଉହାଡେ
ସପନ ପାଲିଙ୍କି ପାରେ ।।

ତୁମ ସ୍ମୃତି କେବେ ସାଂଧ୍ୟ ନଦୀ ତୀରେ
ମୃଦୁ ମନ୍ଦ ସମ ବହେ
ତୁମ ସ୍ମୃତି କେବେ  ବିଭାବରୀ କୋଳେ
ସପନେ ହଜାଇ ଦିଏ ।।

ସେ ସପନେ ମଜି    ଯାଏ ମୁଁ ଯେ ହଜି
ଲକ୍ଷେ ଫଗୁଣରେ ଝୁଲେ
ସ୍ମୃତି ଭରା ପ୍ରୀତି  ସ୍ବପ୍ନଛନ୍ଦା  ଗୀତି
ଆବୋରି ବିରହ ଭୁଲେ ।।


Rate this content
Log in

Similar oriya poem from Tragedy