Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others

3  

Santosh Pattnayak

Others

ନବରାତ୍ରି ....

ନବରାତ୍ରି ....

1 min
14K



ବ୍ରହ୍ମାଣ୍ଡର କର୍ତ୍ତ୍ରୀ ଦେବୀ ସିଦ୍ଧିଦାତ୍ରୀ ଭକତଙ୍କ ପ୍ରିୟପାତ୍ରୀ

ଶରତର କାଳେ ଧରଣୀ ବକ୍ଷରେ ଉଭାହୋନ୍ତି ଜଗଧାତ୍ରୀ ।।

ଆଶ୍ୱିନ ମାସର ମହାଳୟା ଠାରୁ ପୂର୍ଣ୍ଣିମାର ତିଥି ଯାଏଁ

ଷୋହଳ ଦିନରେ ଷୋଳ ଉପଚାରେ ମାତା ନିତି ପୂଜାପାଏ ।।

ପ୍ରତିପଦା ଠାରୁ ନବମୀର ଯାଏଁ ନଅ ରୂପ ମାତାଙ୍କର

ନବରାତ୍ରୀ ନାମେ ଖ୍ୟାତି ଏ ଜଗତେ ନଅଗୋଟି ଅବତାର ।।

ପ୍ରତିପଦା ଦିନେ ଶୈଳପୁତ୍ରୀ ନାମେ ହସ୍ତେ ଖଡ୍ଗ ମୁଦ୍ଗର

ସେଇ ଦରଶନ କଲେ ଭକ୍ତଜନ ପାପୁ ପାଆନ୍ତି ନିସ୍ତାର ।।

କମଣ୍ଡଳୁ ଟିକୁ ବାମହସ୍ତେ ଧରି ଡାହାଣେ ରୁଦ୍ରାକ୍ଷ ମାଳା

ଦ୍ଵିତୀୟା ତିଥିରେ ବ୍ରହ୍ମଚାରିଣୀ’ସେ କରିଥାଏ ଲୀଳାଖେଳା ।।

ତୃତୀୟ ଦିବସେ ଚନ୍ଦ୍ରଘଣ୍ଟା ବେଶେ ଭକ୍ତଙ୍କୁ ଦିଏ ଦର୍ଶନ

ଘଣ୍ଟ ଘୋଡାଇକି ଭକତଙ୍କୁ ରଖି କୃପା କରଇ ବହନ ।।

ଲଲାଟରେ ତାର ଅର୍ଦ୍ଧଚନ୍ଦ୍ର ଶୋଭା ଚନ୍ଦ୍ରଘଣ୍ଟା ନାମେ ଖ୍ୟାତ

ଦଶହସ୍ତେ ଦଶଅସ୍ତ୍ର ବିରାଜିତ ଶତୃମନେ ଜାଗେ ଭୀତ ।।

ଚତୁର୍ଥୀ ତିଥିରେ କୁଷ୍ମାଣ୍ଡା ନାମରେ ଅଷ୍ଟଭୂଜେ ଆବିର୍ଭାବ

ଅମୃତ କଳସ,କମଣ୍ଡଳୁ,ଧନୁ,କମଳ,ତୀର ଆୟୁଦ୍ଧ ।।

ପଞ୍ଚମ ଦିବସେ ସ୍କନ୍ଦମାତା ବେଶେ ପଞ୍ଚମୀ ତିଥିର ଦିନ

କୋଳେ ପୁତ୍ରଧରି ଜଗତ ଆବୋରି ଧରାପୃଷ୍ଠେ ଆଗମନ ।।

ଋଷି କାତ୍ୟାୟନ ପ୍ରଥମ କରିଣ ପୂଜିଥିଲେ ଭଗବତୀ

ସେହିଦିନୁ ମାତା କାତ୍ୟାୟନୀ ନାମେ ଜଗତେ ଲଭିଲେ ଖ୍ୟାତି।।

ଷଷ୍ଠୀତିଥି ଦିନ କାତ୍ୟାୟନୀ ବେଶ ଧରିଥାଏ ମାଆ ମୋର

ତାରପାଶେ ମତି ଥିଲେ ସଦାଭକ୍ତି ସଂସାରୁ ହୋଇବା ପାର।।

ନବ ରାତ୍ରିର’ସେ ସପ୍ତମ ଦିବସେ କାଳରାତ୍ରୀ ବେଶ ତାର

ଅତି ଭୟଙ୍କରୀ ଅସୁର ସଂହାରୀ କାଳରୂପୀ ଅବତାର।।

କଠୋର ତପସ୍ୟା କରି ଥରେ ମାତା ତନୁ ପଡିଥିଲା କଳା

ଗଙ୍ଗା ଜଳେ ସ୍ନାନ କରାଅନ୍ତେ ଶିବ ଗୌରବର୍ଣ୍ଣ ତନୁହେଲା ।।

ସେହିରୂପେ ମୁଗ୍ଧ ହେଲେ ସଦାଶିବ ନାମଦେଲେ ମହାଗୌରୀ

ସେହିକାଳୁ ନାମ ମହାଗୌରୀ ହେଲା ଅଷ୍ଟମୀ ବେଶ ତୋହରି।।

ନବରାତ୍ରୀର ନବମ ଦିବସରେ ନବମୀ ତିଥିର ଦିନ

ଜଗତ ଜନନୀ ସିଦ୍ଧିଦାତ୍ରୀ ମାତା କରିଥାଉ ଆଗମନ ।।

ଜୟ ସିଦ୍ଧିଦାତ୍ରୀ ସିଦ୍ଧି ପ୍ରଦାୟିନୀ ପଦ୍ମାସନେ ଦେବୀ ସ୍ଥିତା

ହସ୍ତେ ତୋର ଶଙ୍ଖ,ଚକ୍ର, ଗଦା,ପଦ୍ମ ଜଗତ ପାଳୁତୁ ମାତା ।।

ଏହି ପ୍ରକାରରେ ନବ ଦିନାତ୍ମକ ନଅଦିନ ନଅବେଶ

ଜଗତ ଜନନୀ ଜଗତ ମଙ୍ଗଳେ ଦେଉଥାନ୍ତି ମା’ ଆଶିଷ ।।

ତୋହରି ମହିମା ଗାଉ ଥାଉ ମନ ଜୟ ମା’ମହିଷାମର୍ଦ୍ଦନୀ

ସ୍ନେହ,ପ୍ରେମ,ଭାବ ଭରି ଦିଅ ହୃଦେ ହେ ମା’ସିଂହବାହିନୀ।।


Rate this content
Log in