କଲମ ର ଦୁଃଖ
କଲମ ର ଦୁଃଖ
1 min
7.0K
କାହା ହାତ ଆଉ ଥକୁ ନାହିଁ ଆଜି,
କଲମ ଯାଇଛି ଥକି,
ଯେଉଁ କଲମ ତ ଆଗେ ଲେଖୁଥିଲା,
ଆଜି ନିିିରବେ ସହୁଛି ଦେଖି ।
ନିଜ ସ୍ବାର୍ଥ ପାଇଁ ଅନ୍ଧ ସମାଜ ତ,
କଲମ କୁ ଗଲା ଭୁଲି,
ଶୋଷଣ ପେଷଣ ଦୂଷଣ ବିରୋଧେ,
ଲେଖୁଥିଲା ମନ ଖୋଲି ।
ଚିର ମୌନୀ ତନୁ ଝରୁ ଥିଲା ଲହୁ,
ଲୁହ ହୋଇ ତାର ମୁନେ,
ନିଜେ କାନ୍ଦି କାନ୍ଦି ପାଷାଣ ହୃଦୟେ,
ଜାଳୁଥିଲା ବହ୍ନି ମନେ ।
ଆଗ ପରି ସିଏ ଆଜି ବି କହୁଛି,
ଛାଡ ଛୁରୀ କରବାଳ ,
ତୁମରି ଛୁଆଁରେ ଫଳପ୍ରସୂ ହେବି,
ଏଇ ଅଭିଳାଷ ମୋର ।