ଧରଣୀ ରାଣୀ
ଧରଣୀ ରାଣୀ
କେଢେ ମନୋହର ମୋ ମରତପୁର
ଉପମା ଯାହାର ନାହିଁ
ବିଲ, ବଣ, ନଦୀ ଗିରି ମହୋଦଧି
ଭରପୁର ଅଛି ତହିଁ ।।(୧)
ଝରଣାର ତାନ ପକ୍ଷୀର କୁଜନ
ମନଲୋଭା ଆହା କେତେ
ଦିଶେ ମୁଗ୍ଧକର ସୁଦୂର ଶିଖର
କଳି ପାରେନି ମୁଁ ସତେ ।।(୨)
ସକାଳ ସୁରୁଜ ବୁଣଇ ମୁରୁଜ
ଶ୍ୟାମଳିମା ଧରା ପରେ
ସାୟାହ୍ନେ ତା' ଦ୍ୟୁତି ଅପରୂପ କାନ୍ତି
ଭଗ୍ନ ହୃଦେ ମଧୁ ଭରେ ।।(୩)
ଫି ଦିନ ସକାଳେ ଚଷା କ୍ଷେତ କୋଳେ
କେତେ ନୂଆ ସ୍ୱପ୍ନ ଦେଖେ
ପକ୍ୱ ଶସ୍ୟ ଦେଖି ଯାଏ ସେ ଅଟକି
ଅଫୁରନ୍ତ ଖୁସି ମାଖେ ।।(୪)
ସରଗ ସୁଷମା ନାହିଁ ତା ଉପମା
ଆମ ଏ ଧରଣୀ ରାଣୀ
ପ୍ରକୃତିର କୋଳେ ହଜି ସବୁ ବେଳେ
ଲେଖିବା ନୂଆ କାହାଣୀ ।।(୫
*ଦେବବ୍ରତ ଜେନା*
*ଭୋଗରାଇ, ବାଲେଶ୍ୱର*