ଶେଷ ପାଉଣା
ଶେଷ ପାଉଣା
1 min
6.7K
ମାଆରୁ ଦେଖିଲି ଦୁନିଆ
ମାଟିରେ ହେଲି ଶେଷ
ତେଜୀୟାନ୍ ଥିଲା ଯୌବନ
ଧ୍ୱଂସ ପାଇଲା ସବୁ ଅଂଶ
ଦିନେ ଶୁଭୁଥିଲା ହରିବୋଲ
ଆଜି ଶୁଭେ ରାମନାମ
ଷଠୀଦେବୀ ଲେଖିଥିଲେ ଭାଗ୍ୟ
ଆଜି ହିସାବ କରେ ଯମ
ସେହ୍ନ ପ୍ରେମର ବନ୍ଧନ
ଦେଇଥିଲ ଅଜାଡି
ବନ୍ଧୁ ପରିଜନ ଭୁଲି
ଚାଲିଯାଉଛି ଛାଡି
ଆସିଥିଲି ଲଙ୍ଗଳା
ଯାଉଛି ଫୁଙ୍ଗୁଳା
ସରାଗଲା ନାଟ୍ୟ
ଶେଷ ହେଲା ଲୀଲା
ବିଦାୟ ଦେଲା ମତେ
ଏ ମିଛ ମାୟା ସଂସାର
ସବୁତ ଦେଇଥିଲ
ଲୋଭ ନାହିଁ ମୋହର
ଆଶା ନାହିଁ ମୋ କୋଟି ସଂପତ୍ତି
କରୁନି ମୁଁ ଆପତ୍ତି
ଦିଅ ମତେ ଶାନ୍ତି
ଦିଆ ମତେ ଶାନ୍ତି ।
ଡିସମ୍ବର ମେହେର
ଗଣ୍ଡାବାହାଲି ନୂଆପଡା