Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

4  

Geeta Sarangi

Others

ଜୀବନ ଗୀତା-୧୫୦

ଜୀବନ ଗୀତା-୧୫୦

1 min
13.3K


ଜୀବନ ଗୀତା-୧୫୦

ଗୀତା ଷଡ଼ଙ୍ଗୀ

ଜୀବନସାଥୀ ଗୋ ଜୀବନସାଥୀ
ମୁଁ ତ ନୁହେଁ କଥାକୁହା ଜାପାନୀ କଣ୍ଢେଇ,
ଜରିଶାଢୀ ପିନ୍ଧେଇ, ମଥା ମୋର କୁଣ୍ଡେଇ
ରଖିଦବ ମତେ ତମେ ଦିଆଲେ ସଜେଇ ॥୦॥

ଭଲପାଇବା ଚାହେଁ ମୁଁ
               ଗହଣା ନୁହେଁ,
ଜୀବନସାଥୀ ଚାହେଁ ମୁଁ
               ମହଲ ନୁହେଁ,
ମୋର ଅଛି ଯେ ମନ, ମୋର ଅଛି ସପନ
ପାରିବନି ମତେ ତମେ ଏମିତି ଭଣ୍ଡେଇ ॥୧॥

ସୁଖଦୁଃଖକୁ ବାଣ୍ଟି ମୁଁ
               ନେବାକୁ ଚାହେଁ,
ହସଖୁସି ମୁଁ ସଭିଙ୍କୁ
               ଦେବାକୁ ଚାହେଁ,
ତମ ସୁଖରେ ସାଥୀ, ପୁଣି ଦୁଃଖରେ ସାଥୀ
ରଖିଥିବି ତମକୁ ମୁଁ ମୁଣ୍ଡରେ ମୁଣ୍ଡେଇ ॥୨॥

*****


Rate this content
Log in