Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ମୃଗନୟନୀ

ମୃଗନୟନୀ

1 min
13.5K


କଣ ? କରିବି ,

ନାଚାର ଅପରିମିତ ଭଲପାଏ ତୁମକୁ,

ଆଉ ତୁମେ ମତେ

ଜୀବନପଥେ ଅନବରତ ପରିଚାଳିତ କରି ଚାଲିଛ,

ମୃତ୍ୟୁ ବି ମାଗିଛି ତୁମକୁ ବିରହେ,

ସେଇ ଶେଷକଥା ପଦେ

ପ୍ରେମର ପରିଣତି କଣ?ଦେହ ,

ଦୁଇଟି ହୃଦୟ କଣ ?

କାଟିପାରିବେ ନି ଅଲଗା ଅଲଗା ଜୀବନ

ନେଇ ଦୁହିଁଙ୍କ ଅନୁଭୂତି ,

ଏତକ ବାସଁ ଥାଉ ସ୍ମୃତି ,

ମୃତ୍ୟୁ ପଥରୁ ମତେ ଫେରାଇ ଆଣିଛି,

ଯେତେବେଳେ ରାତ୍ରିର ଅନ୍ଧାରରେ ବିଳାପ କରିଛି

ଖୋଜି ତୁମ ସାନ୍ନିଧ୍ୟ,

ଘରଣୀ ଆଜି ବି ଜାଳୁଛି

ଅଗଣାରେ ସଂଜବତୀ ତୁଳସୀ ମୂଳେ

ତମେ ଶୁଣି ମୋ ଡାକ ଚାଲି ଆସିଛ

ତୁମ ଅସ୍ତିତ୍ବ ର ଅନୁଭୂତି ବନି ଯାଇଛି

ମୋ ଲାଗି ଅମୃତବର୍ଷିଣୀ

ତୁମେ ମୋର

ଆଉ ମୁଁ ତୁମର

ସବୁଦିନ ପାଇଁ

ଆଉ ଅଭିଶପ୍ତ ଜୀବନ ସବୁ

ପ୍ରାପ୍ତି ଭିତରେ ଅପ୍ରାପ୍ତିର ଆଶା

ବଞ୍ଚି ଥାଉ କେବେଳ

ତୁମ ଲାଗି "ମୃଗନୟନୀ " ।


Rate this content
Log in