Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Children Classics Drama

5.0  

ବି. ନିରୁପମା

Children Classics Drama

ଅଜ୍ଞାନ ନାଶ

ଅଜ୍ଞାନ ନାଶ

1 min
3.1K



ବିଦ୍ୟାଦାତା,ଗଜାନନ-ଗଣେଶ ,

ପ୍ରଣାମ ଜଣାଏ ମୁହିଁ ଅଶେଷ ।


ଜ୍ଞାନର ଭଣ୍ଡାର-ହେ ବିଘ୍ନହର୍ତ୍ତା ,

ଅଖିଳ ବିଶ୍ବର କଲ୍ୟାଣ କର୍ତ୍ତା ।


ତୁମ ପାଦେ ଏହି ବିନତି କରେ ,

କୃପା ବରଷାଅ ବାରେ ମୋ ପରେ ।


ଅଜ୍ଞାନ ମୋହର ଯେତେକ ନାଶ ,

ହୃଦୟରେ ପଭୁ କର ହେ ବାସ ।


ଦିଅ ବିଦ୍ୟା,ବୁଦ୍ଧି,ଜ୍ଞାନ-ଗୋସାଇଁ ,

ଆନ କେଉଁଥିରେ ଶରଧା ନାହିଁ ।


ଦିଅ,ଦିଅ ନାଥ-ଦିଅ ଆଶିଷ ,

ଦାଉ ନ ସାଧୁ ଏ ବିଷୟା ବିଷ ।


ତୁମ ପରସାଦୁ ସଙ୍କଟ ଯାଉ ,

ମନ ସଦା ତୁମ ଚରଣେ ଥାଉ ।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Children