Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

3  

Sadananda Sahoo

Others

ବିଦ୍ୟା ଦାତ୍ରୀ ମାଆ ବୀଣାପାଣି

ବିଦ୍ୟା ଦାତ୍ରୀ ମାଆ ବୀଣାପାଣି

1 min
374



ରତ୍ନ ଆଭୁଷଣୀ ମାଆ'ବୀଣାପାଣି

ବାଗ୍ଦେବୀ ସରସ୍ଵତୀ

ମାଘ ଶୁକ୍ଳପକ୍ଷ ଆବାହନ ଦିନ

ଆଜି ଶ୍ରୀପଞ୍ଚମୀ ତିଥି ! 1!


ବିଦ୍ୟାଦାତ୍ରୀ ମାତା ମର୍ତ୍ତ୍ଯେ ତବ' ଧ୍ଵଜା

କଣ୍ଠ ଅଭୁଷଣା ସୁତା

ବିଦ୍ୟାର୍ଥୀ ଶିକ୍ଷାର୍ଥୀ ଗୁରୁମା ଗୁରୁଜୀ

ସଭିଙ୍କର ସୁନା ମାତା ! 2!


ତବ ପାଦପଦ୍ମ ଶୁଭ୍ରକାନ୍ତି ବେଶ

ତ୍ରୀପୁରେ ଅର୍ଜିଛି ଖ୍ଯାତି

ପାଦରେ ଅଳତା କଟିମାଳା ସୂତା

ଗଳାରେ ମୁକୁତା ମୋତି ! 3 !


କଜଳେ ପୂରିତ ନୟନ ଯୁଗଳ

ନାସାରେ ଶୋଭିତ ଗୁଣା

କର୍ଣ୍ଣରେ କୁଣ୍ଡଳ ଝରା ଶେଫାଳିତ

ହସ୍ତେ ଶୋଭାପାଏ ବୀଣା ! 4!


ଶୁଭ୍ରା ବର୍ଣ୍ଣବେଶା ହେ' ମାଆ ଶର୍ମିଷ୍ଠା

ଦିଅ ମାଆ ଶୁଭ ଆଶିଷ

ବିଦ୍ୟାବୁଦ୍ଧି ଅର୍ଜି ଭାବେ ଯିବୁମଜ୍ଜି

ଓଠରୁ ଝରିବ ହସ ! 5!


ଶୁଭ ଅବସରେ ଆସ ମାଆ ସରାଗେ

ଢାଳିବୁ ଭକତି ଅର୍ଘ୍ୟ

ଶୁଭ୍ର ପୁଷ୍ପ ଯେତେ ସମର୍ପିବୁ ସେତେ

ଉଚ୍ଛୁଳି ପଡିବ ମର୍ତ୍ତ୍ୟ ! 6!


ଜଗତ ଜନନୀ ମାଆ ବୀଣାପାଣି

ରତ୍ନପ୍ରସୁ ସରସ୍ଵତୀ

କବି କଣ୍ଠେ ବସି କହୁ ଥିବ ନିତି

ଲେଖନୀ କୁହୁକ ଜ୍ୟୋତି ! 7!


ହସ୍ତେ ପୁଷ୍ପାଞ୍ଜଳି ବନ୍ଦାପନା ଥାଳି

ମହାର୍ଘ୍ୟତିଥି'ର ସ୍ମୃ୍ତି

ହେ'ମାଆ ବିଜୟା କର ବାରେ ଦୟା

ଅଚିରେ ବଢିବ ପ୍ରୀତି !8!


ସଦାନନ୍ଦ ସାହୁ , କାରା କାର୍ମଚାରୀ , ଚୌଦ୍ଵାର , କଟକ


Rate this content
Log in