Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Padmalaya Mishra

Others

3  

Padmalaya Mishra

Others

ସମ୍ପର୍କ

ସମ୍ପର୍କ

1 min
6.9K


ସମ୍ପର୍କ

.........

ଏକ ମହାସାଗର

କୋଳେଇ ନିଏ ଛୋଟ ବଡ଼ ନଦୀକୁ

ତା ସହ ବୋହି ଆଣିଥିବା

ଅବଶେଷ ଓ ଅବସୋସକୁ

ପାଲଟି ଲବଣାକ୍ତ

ନାଚୁଥାଏ ସହି ସବୁ ଜ୍ଵାଳାକୁ ।


ପିତା

........

ନିଜ ଅପ୍ରାପ୍ତିର ଅବସୋସକୁ

ବକ୍ଷେ ଚାପି ଧରି

ଜଳୁଥାଏ ଅହରହ

ଶେଷ ବିନ୍ଦୁ ତୈଳ ଥିବା ଯାଏ

ସଭିଙ୍କୁ ଆଲୋକ ଓ ଉଷ୍ଣତା ଦେଇ ।


ମା

.....

ଭୂ ରୁ ଭୂମା

ଘୋଡାଇ ପାରେ ପଣତରେ

ଶଶୀକୁ ଆକାଶରୁ ଛିଣ୍ଡାଇ

ଧରାଇପାରେ ସନ୍ତାନ ହାତରେ

ଠିକ୍ ମାର୍ଗରେ ନିଏ

କେବେ ସ୍ନେହରେ ତ କେବେ ଛାଟରେ ।


ପୁତ୍ର

.......

ହେଇପାରେ ଶ୍ରବଣ

ଅବା ପର୍ଶୁରାମ

ନଚେତ୍ କହ୍ନାଇ କି ରାମ

ମହକାଇ ଦିଏ ଜୀବନ

ନହେଲେ ନେଇପାରେ ବିରାମ ।


କନ୍ୟା

.........

ରତ୍ନ ଟିଏ

ଦୁଇ କୂଳର ମର୍ଯ୍ୟାଦା ପାଇଁ

ତିଳ ତିଳ ଜଳୁଥାଏ

ତଥାପି କେହି ଦେଖି ପାରନ୍ତିନି

ନା ନିଆଁ ନା ଧୂଆଁ ।


ସ୍ଵାମୀ

........

ଇହକାଳ ପରକାଳର ଦେବତା

ହାତେ ଶଙ୍ଖା ମଥାରେ ସିନ୍ଦୂର ଦେଇ

ସ୍ତ୍ରୀ ର ହର୍ତ୍ତା କର୍ତ୍ତା ଦଇବ ବିଧାତା ।


ଜାୟା

........

ପ୍ରେମ ପ୍ରଣୟ ରେ

ବାନ୍ଧି ରଖିଥାଏ ମନ ମଣିଷକୁ

ଜଳିପାରେ ସ୍ଵାମୀ ସୁଖ ପାଇଁ

ଜାଳିପାରେ ହାରିଲେ ବିଶ୍ୱାସ

ସ୍ଵାମୀ ସୁଖେ ସୁଖୀ ଦୁଖେ ଦୁଖୀ

ଗଲାଯାଏ ମଶାଣିକୁ ।


ବନ୍ଧୁ

......

ମୁହାଣ ସଦୃଶ

ବଢିଚାଲେ ଉତ୍ତମ ପରିବେଶେ

ଲୁଣି ଓ ମଧୁର ମିଶି

ଗଢିଦିଏ ନୂତନ ସମ୍ପର୍କ

ସ୍ନେହ ପ୍ରେମର ଅନନ୍ୟ ବନ୍ଧନ ।


.......... ପଦ୍ମାଳୟା


Rate this content
Log in