Audio

Forum

Read

Contests

Language


Write

Sign in
Wohoo!,
Dear user,
ମାଟି
ମାଟି
★★★★★

© Sagarika Mohanty

Inspirational

1 Minutes   6.6K    6


Content Ranking


ଆଷାଢ଼ର ଆଗମନ ,

ପ୍ରକୃତିର ସମ୍ବାଦ ।

ଭିଜା ମାଟିର ଶେଜ ଆଉ କଦମ୍ବର ମହକ ।


ଆଃ ! ଏ ଭିଜା ମାଟିର ବାସ୍ନା ,

ଆଉ ରଙ୍ଗଭରା ତୁମ ପଣତ ।

ମୋତେ ନେଇଯାଏ ଭସା ବାଦଲ ସାଥେ, ଆଉ ଟିକେ ଦୁରକୁ ,ଦୁରକୁ ।


ସମୟର ଅନ୍ତରାଳରେ ପୁଣି ଝରିପଡ଼େ ମୋ ଅଗଣାରେ , ବିନା କିଛି ପ୍ରତିବାଦରେ ।

ମୋ ପାଇଁ ଆଣିଦିଏ ଆଉ ଗୋଟେ ଭିଜା ମାଟିର ରାତି ।


ଏ ବର୍ଷା ଭିଜା ରାତିର ନିଧଡକ ସ୍ବପ୍ନ ସବୁ ଜଡସଡ ହୋଇ କାଦୁଅ ସୁଅରେ ଭାସିଗଲା ପରେ ,

ମନେ ହୁଏ ଯେମିତି ନିୟମ ତାନ୍ତ୍ରିକ ଜୀବନଟା ଦରଭଙ୍ଗା କାନ୍ଥ ପରି ପ୍ରୟୋଜନ ଠାରୁ ଅଧିକ ସମୟ ଯାଏ ଛିଡା ହେଇଛି ।


ବାଟ ଭାଙ୍ଗି ଚାଲି ଗଲେ ବି ହୁଅନ୍ତା ,

ହେଲେ କୁନି ଝିଅର ପୋଡା ଉଦରରୁ ଉଷୁମ ଟିକେ ଟାଣି ଦେଇ ଅଣ୍ଟା ସଳଖି ଛିଡା ହେଲା ବେଳେ

ପାଦ ତଳେ ବିଛେଇ ହେଇ ପଡେ ସେଇ ଭିଜା ମାଟି ।


ଜାଣି ପାରିଲିନି ,ସିଏ କୋଉଠି ଆରମ୍ଭ ଆଉ କୋଉଠି ଶେଷ !

ଆଖି ବୁଲେଇ ଦେଖୁଲି , ସବୁଠି ତାକୁ ହିଁ ପାଇଲି ।


ଦୂର ଦିଗବଳୟ ତଳେ ପଣତ ପାରି ଶୋଇ ରହିଛିି ମୋ ମାଆ ।

ପଞ୍ଚଭୂତର ପ୍ରଥମ ଆନନ୍ଦ ,

ମାଟି , ମୋ ମାଆ ।


ମୋତେ ହାତ ଠାରି ଡାକୁଛି ।

ମାଟି ପଣତ ବର୍ଷା

Rate the content


Originality
Flow
Language
Cover design

Comments

Post


Some text some message..