Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Abstract

5.0  

Sukanti Hotta

Abstract

ସୁରକ୍ଷା

ସୁରକ୍ଷା

1 min
278


ସଡ଼କ ସୁରକ୍ଷା ସୁନ୍ଦର ନିୟମ

ପାଳନ କରିବା ଆସ

ଅମୂଲ୍ୟ ଜୀବନ ସୁରକ୍ଷିତ ହେବ

ଜୀବନେ ଭରିବ ହସ l


ସାବଧାନ ହୋଇ ରାସ୍ତାରେ ଚାଲିବା

ଟ୍ରାଫିକ ନିୟମ ମାନି

ହେଲମେଟ ଆଉ ସିଟବେଲ୍ଟ କଥା

ଆମେ କେବେ ଭୂଲିବାନି l


ଡ୍ରାଇଭିଙ୍ଗ ଲାଇସେନସ ସାଥିରେ ନେଇ

ଗାଡି ଆମେ ଚଲେଇବା

ପ୍ରଦୂଷଣ ସାର୍ଟିଫିକେଟ ଇନ୍ସୁରାନ୍ସକୁ

ପାଖରେ ରଖିଥିବା l


ନିଶା ଦ୍ରବ୍ୟ ଅଟେ ମୃତ୍ୟୁର ଦୂତ

ସେବନ ବର୍ଜନୀୟ

କ୍ଷିପ୍ର ଗତିରେ ଗାଡି ଚଳେଇଲେ

ଜୀବନ ହେବ କ୍ଷୟ l


ଗାଡିର ସୁରକ୍ଷା ରାସ୍ତାର ସୁରକ୍ଷା

ପ୍ରଥମେ ଦେବା ଧ୍ୟାନ

ଅମୂଲ୍ୟ ଜୀବନ ନଷ୍ଟ ହେବନି

ସୁରକ୍ଷା ପ୍ରକୃତ ଧନ l



Rate this content
Log in

Similar oriya poem from Abstract