Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

gouranga charan beura

Inspirational

3  

gouranga charan beura

Inspirational

ମନ ଅନୁପମ

ମନ ଅନୁପମ

1 min
6.8K



ଅନୁପମ ତୁମେ ଉପମା ଭୂବନେ

ଅନୁପମ ଚକାଆଖି,

ଅନୁପମ ତୁମ ଶିରିକ୍ଷେତ୍ର ଧାମ

ଉପମା ଜଗତ ସାକ୍ଷୀ ॥

ଅନୁପମ ତୁମ ଉପମା ନିଳୟ

ଅନୁପମ ଚାରିଦ୍ୱାର,

ଅନୁପମ ସେହି ବାଇଶି ପାହାଚ

ଅନୁପମ ହାଣ୍ତିଶାଳ ॥

ଅନୁପମ ଦିଶେ ପତିତପାବନ

ଅନୁପମ ମୁଖଶାଳା,

ଅନୁପମ ତୁମ କଳପ ବଟ ଯେ

ଅନୁପମ ଗଳା ମାଳା ॥


ଅନୁପମ ତବ ରତ୍ନ ସିଂହାସନ

ଅନୁପମା ଦେବଦାସୀ,

ଅନୁପମ ଘର ଆନନ୍ଦ ବଜାର

ଉପମାର ବାରଣାସୀ ॥

ଅନୁପମ ସଦା ତବ ବଡଦାଣ୍ତ

ଅନୁପମ ମୁଖଶାଳା,

ଅନୁପମ ତବ ଗରୁଡ ଖମ୍ବ ଯେ

ଅନୁପମ ତୁମ ବେଢା ॥

ଅନୁପମ ତୁମ ପାର୍ଶ୍ୱ ଦେବାଦେବୀ

ଅନୁପମ ତବ ରଥ,

ଅନୁପମ ତବ କୋଇଲି ବୈକୁଣ୍ଠ

ଅନୁପମ ପାର୍ଶ୍ୱ ମଠ ॥

ଅନୁପମ ଦିଶେ ତବ ଶ୍ରୀ ମନ୍ଦିର

ଉପମା ବୃନ୍ଦାବନରେ,

ଶରଧା ବାଲିର ରୂପ ଅନୁପମା

ଶୋହେ ଉତ୍କଳ ମାଟିରେ ॥



-----ଗୈାରାଂଗ ଚରଣ ବେଉରା-----

----ଶିକ୍ଷକ କୁଲିଆମାଲ ଉଚ୍ଚ ବିଦ୍ୟାଳୟ----


Rate this content
Log in