Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanhita Rath

Others

0  

Sanhita Rath

Others

ନଷ୍ଟଚରିତ୍ର

ନଷ୍ଟଚରିତ୍ର

1 min
148


ଚାଲିଯାଇଛି ବିଭୋର ହେବାର ବେଳ ,

ଏବେ ତ ବାକି ଖାଲି ଦଂଶନର ।

ଦେଖ କେତେ ଦେଖିବୁ

ନାରୀ ଆଖିରେ ସମୁଦ୍ର ,

ଏବେ ଢେଉ ଲଙ୍ଘିବ ତା ସୀମା

ବୁଡ଼େଇ ମାରିବ ତତେ ।

ନିର୍ଲଜ ଆଖି ଇସାରାରେ

ଯେତେ କରିଛୁ କ୍ଷତ ବିକ୍ଷତ ,

ସେଇ ଆଖିକୁ ଟାଣି ଆଣିବାର

ସମୟ ଏବେ ଅବଗତ ।

ଯେଉଁ ଲାଞ୍ଛନା କାଳିମାରେ ଭରିଦେଇଛୁ

ସେଇ କଳାରେ

ତୋ ମୁହଁ ରଙ୍ଗିବାର ବେଳ ।

ଯୁଗଯୁଗରୁ ପୁରୁଷତ୍ୱର

ଡେଙ୍ଗୁରା ବଜାଇ

ନାରୀକୁ ତଳିତଳନ୍ତ କରୁଥିବା

ସେଇ ସଜ୍ଜନ ପୁରୁଷର ଓଭରକୋଟ ଭିତରୁ

ତତେ ଟାଣିଆଣିବାର ବେଳ ।

ଆଜାନୁ ଲମ୍ବିତ କେଶରାଶିରେ

ଖେଳିବା ବେଳ ସରିଲା ତୋର

ଏବେ ତ ସେଇ କେଶରାଶିରେ

ତୋର ଶ୍ୱାସରୁଦ୍ଧ କରିବାର ବେଳ ।


Rate this content
Log in