Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

2  

SARATA KUMAR DAS

Others

ସ୍ମୃତି ସେତ ରୂପା ଜହ୍ନ

ସ୍ମୃତି ସେତ ରୂପା ଜହ୍ନ

1 min
6.3K



ସ୍ମୃତି ସେତ ପୂର୍ଣ୍ଣିମା ର ପୂର୍ଣ୍ଣ ଚାନ୍ଦ

ଶାନ୍ତ ଶୁଭ୍ର ଜୌସ୍ନା ସମୀରଣ

କେତେବେଳେ ବିହଙ୍ଗର ଗୁଂଜନ ତ

କେତେବେଳେ ଶୁଷ୍କ ଉପବନ ।।


ସ୍ମୃତି ସେତ ଫଗୁଣର ମଧୁ ଝରା

କୋଇଲି ର କୁହୁକୁହୁ ତାନ

କେତେବେଳେ ଅମାରାତି ଅନ୍ଧକାର

କେତେବେଳେ ଆଲୋକ ପାର୍ବଣ ।।


ସ୍ମୃତି ସେତ ପାହାନ୍ତିଆ ଦିବ୍ୟ ଜ୍ୟୋତି

ଝଲମଲ ରଂଗ ଓ ବେରଙ୍ଗ

କେତେବେଳେ ସୁମଧୁର ଆକର୍ଷଣ

କେତେବେଳେ ଉତ୍ତାଳ ତରଙ୍ଗ।।


ସ୍ମୃତି ସେତ ଅଝଟିଆ ପିଲାଦିନ

ବାଲିଘର କଣ୍ଢେଇର ଖେଳ

କେତେବେଳେ ଡହ ଡହ ମରୁଭୂମି

କେତେବେଳେ ସ୍ବପ୍ନ ଢଳଢଳ ।।


ସ୍ମୃତି ସେତ ଗାଆଁ ଦାଣ୍ଡ ବୋହୂ ଚୋରି

କବାଡି ଓ ବାଗୁଡିର ଖେଳ

କେତେବେଳେ କୁଳୁକୁଳୁ ଫଲ୍ଗୁ ଧାର

କେତେବେଳେ ଅଶାନ୍ତ ହିଲ୍ଲୋଳ ।।


ସ୍ମୃତି ସେତ ନିଛାଟିଆ ଖରାବେଳ

ଆମ୍ବ ତୋଟା ସବୁଜ କେଦାର

କେତେବେଳେ ଶୁଷ୍କ କ୍ଳାନ୍ତ ଅପରାହ୍ନ

କେତେବେଳେ ଆନନ୍ଦେ ବିଭୋର ।।


ସ୍ମୃତି ସେତ ଝଙ୍କାଳିଆ ବରଗଛ

ଝାଉଁ ବଣ ଶୀତଳ ପବନ

କେତେବେଳେ ମହମହ ଫୁଲବନ

କେତେବେଳେ ରୁକ୍ଷ ବାସହୀନ ।।


ସ୍ମୃତି ସେତ ନଈପଠା କାଶତଣ୍ଡି

ଜହ୍ନୀଫୁଲ କୁଆଁର ପୁନେଇଁ

କେତେବେଳେ ଥୁରୁଥୁରୁ ଶୀତରାତି

କେତେବେଳେ ନିଆଁ ର ଉହ୍ମେଇ ।।


ସ୍ମୃତି ସେତ ମଧୁ ବସନ୍ତ ର ଚିଠି

ମନ ଦିଆ ନିଆ ଚୋରା ପ୍ରୀତି

କେତେବେଳେ ଗୋଲାପରେ ମହମହ

କେତେବେଳେ କଣ୍ଟକିତ ରାତି ।।


ସ୍ମୃତି ସେତ ଆଦ୍ୟ ଯୌବନର ରଂଗ

ଶାଳବଣ ସ୍ନିଗ୍ଧ ମଧୁକୁଂଜ

କେତେବେଳେ ପ୍ରେମର ସଂଗୀତ ଧାର

କେତେବେଳେ ଅଶ୍ରୁର ନିକୁଂଜ ।।


ସ୍ମୃତି ସେତ ଟିକି ଟିକି ପ୍ରଜାପତି

ମଧୁ ଝରା ମଧୁର ସପନ

କେତେବେଳେ ହାତ ପାହାନ୍ତାରେ ପଦ୍ମ

କେତେବେଳେ ଜର୍ଜରିତ ପ୍ରାଣ ।।


ସ୍ମୃତି ସେତ ପୁଣ୍ୟ ସାକ୍ଷୀ ଅତୀତ ର

ବିଶ୍ବାସ ର ସ୍ତୁତି ସମ୍ମୋହନ

କେତେବେଳେ ଉର୍ଦ୍ଧ୍ବମୁଖୀ ଦୀପଶିଖା

କେତେବେଳେ କରୁଣ ସ୍ପନ୍ଦନ ।।


ସ୍ମୃତି ସେତ ବିମୋହିତ ପୁଷ୍ପ ଗୁଛ

ପୂର୍ଣ୍ଣତାର ମୁଗ୍ଧ ରୂପା ଜହ୍ନ

କେତେବେଳେ କଳକଳ ଝରଣା ତ

କେତେବେଳେ ଦଗ୍ଧ ତପୋବନ ।।

----------------

ଶରତ କୁମାର ଦାସ


Rate this content
Log in