Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ଆସିଛି ମକର

ଆସିଛି ମକର

1 min
7.0K


ଆଜି ପରା ଅଟେ ମକର

ଦିନ ଆଜିଠାରୁ ବଡ଼ ହେବ ପରା

କମିବ ଆୟୁଷ ରାତିର ।

ମକର ରାଶିରେ ସୂରୁଯ

ପରିବେଶ ହେଲେ ଧୀରେ ଧୀରେ ତାଙ୍କ

ପ୍ରଖର ହୋଇଯିବ ତେଜ

ପ୍ରାତଃକାଳୁ ସ୍ନାନ ତର୍ପଣ

ସମାପନ କରି ସଭିଁଏ କରନ୍ତି

ଭକ୍ତିଭରେ ରବି ପୂଜନ ।

ଅରୂଆ ଚାଉଳରେ କ୍ଷୀର

ଗୁଡ଼, ଦହି, ଅଦା ସହିତ କର୍ପୂର

ମିଶିଲେ ସୁଆଦ ଅପାର ।

ଇଏ ଗୁଡ଼ି ଉଡ଼ା ପରବ

ପିଲାଠାରୁ ବଡ଼ ଗୁଡ଼ି ଉଡାଇଣ

ଖୁସି ଲଭନ୍ତି ଅପୂରୁବ ।

ନାନା ରଙ୍ଗର ଗୁଡ଼ିମାନ

ଆକାଶରେ କେଡେ ଦିଶଇ ସୁନ୍ଦର

ସତେ ରଙ୍ଗିନ ବିହଙ୍ଗମ ।

ମକର ବିଭିନ୍ନ ନାମରେ

ପୋଙ୍ଗଲ, ବିହୁ, ଲୋହଡ଼ି ଓ ଖିଚିଡ଼ି

ନାମେ ପାଳିତ ଭାରତରେ ।


Rate this content
Log in