Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manamayee Ratha

Inspirational Fantasy

2.1  

Manamayee Ratha

Inspirational Fantasy

ଉଡାଣ

ଉଡାଣ

1 min
6.7K


ପଣ କରି ବସିଛି ତ

ଆକାଶମୁହଁ। ହୋଇ

ଶୁଖିଲା ନହକା ଡାଳରେ ।

ଉଡିବି ତ ନିଶ୍ଚେ 

ନଟେଇ କି ସୂତା ନଥିବା ଗୁଡ଼ି କଣ

ଉଡେନି ଆକାଶରେ ?

ଦେଖ ତ କେଡେ ଉଜ୍ଜ୍ୱଳ

ମୋ ଭାଗ୍ୟ ଓ ଭବିଷ୍ୟତ ।

ଦମକାଏ ପବନର ନିଶା 

ମୁକାଳି ଦେଇଛି ମୋତେ

ଖେଳମନସ୍କ ହାତ ଫାଶରୁ ।

ଏଣିକି ଫିଙ୍ଗି ପାରିବନି

ବିଦ୍ରୁପକୁ ବିଷାଦ କରି ମୋ'ଆଡେ।

ଅନ୍ତତଃ ହେତୁରେ ଥାଉ

ଡେଣା ଥାଇ ବି ଆଇକରସ ଖସିପଡ଼େ

ମହମ ତରଳି ଗଲା ପରେ ।

ମାନମୟୀ ରଥ                  

ଗୌରୀ ଶଙ୍କର ପବ୍ଲିକ ସ୍କୁଲ, ବୌଦ୍ଧ ।


Rate this content
Log in

Similar oriya poem from Inspirational