ମିଛ-ମଣିଷ
ମିଛ-ମଣିଷ
1 min
6.9K
ନିଃଶବ୍ଦରେ କଥା ଶୁଣାଏ
ତା'ଇଛାର ସ୍ଵପ୍ନ ମାନଙ୍କୁ
ଛାୟାମୟ ବାର୍ତ୍ତାବହ ମାନେ
ଦେଖନ୍ତି ଦଶଦିଗେ
ମୋହ-ମେଳା ପଟୁଆର
ଶାଣିତ ଦୃଷ୍ଟିରେ।
ସେ ଏକ ବିଫଳ ଧାରା
ହୃଦୟ ନଥାଇ ତାର
ପ୍ରେମରେ କି ପ୍ରୟୋଜନ!
ମିଛ ତାର ସ୍ବାଭାବିକ ଅଙ୍ଗଟିରୁ
ନିଷିଦ୍ଧ ଆବେଗ ମାନେ
ଝରିପଡ଼ନ୍ତି ଗମ୍ଭୀରାର
ଲୁକ୍କାୟିତ ହସ ସହ
ଅନ୍ଧକାରର ବିକୃତ ମାଧୁର୍ଯ୍ୟକୁ ନେଇ।