Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଗୁହାରି ମୋ ଘର କରିବୁ ସରଗ

ଗୁହାରି ମୋ ଘର କରିବୁ ସରଗ

1 min
6.6K


ଗୁହାରି ମୋ ଘର କରିବୁ ସରଗ

 

ପର୍ଶୁରାମ ବିଶ୍ୱାଳ

 

ଲଙ୍ଗଳା ଦେହକୁ ଘୋଡ଼େଇବା ପାଇଁ କନା ଦେଇଚୁ ଠାକୁର,

ବଞ୍ଚିବା ପାଇଁକି ଦାନା ଯୋଗେଇଚୁ ଆରେ ମୋ ନନ୍ଦକୁମର,

ଗୁହାରି ମୋ ଘର କରିବୁ ସରଗ

ଆଜି ସେ ନରକପୁର ।

 

କୋଠା, ଜମିବାଡ଼ି, ଟଙ୍କା, ସୁନା, ରୁପା କଅଣ ମୋ ଘରେ ନାହିଁ!

ସବୁ ଥାଇ କିଛି ନାହିଁ ମୁଁ ଭାବୁଚି ଆରେ ମୋ କଳାକହ୍ନେଇ;

କିଏ ଋଷିଯାଏ, କିଏ ହସି ଦିଏ

ହିସାବ କି ଦେବି ତା’ର !

 

ମତେ ସତେ ଜଗା ଲାଗୁଚିରେ ଆଜି ମୋ ଘର ଆଖଡ଼ାଶାଳ,

ସାଇଭାଇ ଭାବୁଥିବେ ବି ସେଇଆ, ନିତି ଶୁଣି ପାଟିଗୋଳ,

ବୁଝିହୁଏନାହିଁ ଇଏ କିବା ଘର

ଅବା ସେ ହାଟବଜାର !

 

କା’ଠେଇଁ କାହାର ନାହିଁଟି ଦରଦ, ସ୍ନେହ, ପ୍ରେମ ବହୁ ଦୂରେ,

ଯା’ ମନକୁ ଯାହା ଆସଇ କରଇ, କାହାକୁ କିଏ ପଚାରେ,

ଇମିତି ଘରେ ମୁଁ କିମିତି ବଞ୍ଚିଚି

ବୁଝୁଥବୁରେ ଠାକୁର ।

 

ସେନେହର ଫଲ୍ଗୁ ବହିବ ନାହିଁ କି ମୋ ଘରେ ହେ ମହାବାହୁ,

କାହିଁ ଗଲା ସେଇ ମମତା ଶିକୁଳି, ଫେରିବନି କି ସେ ଆଉ?

ତୋ କରୁଣା-ବାରି ଢାଳିଦେଏ ପ୍ରଭୁ

ହସୁଥାଉ ମୋ ସଂସାର ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in