ମିଛରେ ମିଛରେ
ମିଛରେ ମିଛରେ
1 min
6.6K
ସବୁ ସ୍ୱପ୍ନ ମରିଗଲା ପରେ
କେମିତି ବା ଆଉ ବଞ୍ଚିଥାନ୍ତି
କୁହ
ମିଛରେ ମିଛରେ
କେମିତି ବା ଆଉ ହସିଥାନ୍ତି
ଦୁଃଖ ଚାପି ହୃଦୟରେ... ।
ସବୁ ଇଚ୍ଛା ସରିଗଲା ପରେ
କେଉଁ ଇଚ୍ଛା ପାଇଁ ବଞ୍ଚିଥାନ୍ତି
କୁହ
ମିଛରେ ମିଛରେ
କେମିତି ବା ଆଉ କହିଥାନ୍ତି
ଇଚ୍ଛା ଶୁନ୍ୟ ହୃଦୟରେ.....।
ସବୁ କଥା ସରିଗଲା ପରେ
କେଉଁ କଥା ପାଇଁ ବଞ୍ଚିଥାନ୍ତି
କୁହ
ମିଛରେ ମିଛରେ
କେମିତି ବା ଆଉ କହିଥାନ୍ତି
କଥା ଶୁନ୍ୟ ହୃଦୟରେ.... ।
ସବୁ ସ୍ୱପ୍ନ ମରିଗଲା ପରେ.....
ବିକେଶ ସାହୁ