Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Others

4  

Hrushikesh Satpathy

Others

ପରମ୍ପରା

ପରମ୍ପରା

1 min
2.4K


ଅର୍ଦ୍ଧ ଶତାବ୍ଦୀର ଇତିହାସ ନେଇ
ଆଗାମୀ ଶତାବ୍ଦୀ
ସୃଜିବାର ସ୍ବପ୍ନ ଦେଖେ ।

ବ୍ୟଙ୍ଗ ପରମ୍ପରା ପ୍ରାଚୀନ କିନାରା
ଅଙ୍ଗରେ ଅଙ୍ଗରେ
ସାଥି କରି ନିଜେ ରଖେ ।

ପରମ୍ପରା ଏକ ବେଦ ପ୍ଲୁତ ଧାରା
ଯୁଗରୁ ଯୁଗରୁ
ଧାତ୍ରୀ ହୋଇ ଆସୁଅଛି ।

ବୈଦିକ ନାମରେ, ମଣିଷ ଚିନ୍ତାରେ
ମଣିଷ ପାଇଁକି
ବିଧିବଦ୍ଧ ପାଲଟିଛି ।

ପରମ୍ପରା ନୁହେଁ ଈଶ୍ୱର ସୃଜନୀ
ମଣିଷ ପ୍ରସୂତ,
ମଣିଷର ମନଗଢା ।

ସେଥିପାଇଁ ସାଜେ ନିର୍ମମ ନିଷ୍ଠୁର,
ବେଳେବେଳେ କରେ
ମଣିଷକୁ ଭାଗ୍ୟହରା ।

ପରମ୍ପରା ଏକ ଶୃଙ୍ଖଳ ଶିକୁଳି
କଳଙ୍କ ବିହୀନ
ସମାଜ,ସଂସ୍କାର ପାଇଁ ।

ମିଥ୍ୟାରେ ମିଥ୍ୟାରେ ସ୍ୱାର୍ଥରେ ସ୍ୱାର୍ଥରେ
ବିକଟ ଦାନବ
ମଣିଷ ଦିଏ ସଜେଇ ।

ସତୀଦାହ, ସଦ୍ୟ ବାଲ୍ୟ ବିଧବା
ସଂସ୍କାର ନୁହେଁ ସେ
ଅନ୍ଧତ୍ୱର ଅପକର୍ମ ।

ନିରୀହ ନାରୀକୁ ଅଯଥାରେ ଦଣ୍ଡି
ନିର୍ମମ ପ୍ରହାର
ନୁହେଁ ପରମ୍ପରା ଧର୍ମ ।

ପରମ୍ପରା ଦ୍ୱାହି ଅକାରଣେ ଦେଇ
ମଣିଷେ ମଣିଷ
ଦରଦ ର ଦାଉ ସାଧେ ।

ଅସାମ୍ବିଧାନିକ ଅଗଣତନ୍ତ୍ରିକ
ସଂକୀର୍ଣ୍ଣତା ପଣେ
ଅନ୍ୟାୟ ଡୋରୀରେ ବାନ୍ଧେ ।

ପରମ୍ପରା ନୁହେଁ ଦାସତ୍ୱ ବନ୍ଦିନୀ
ନାହିଁ ସଂକୀର୍ଣ୍ଣତା
ବଦାନ୍ୟ ତା'ଅନ୍ତଃସ୍ବର ।

କଳଙ୍କ ତା'ବକ୍ଷ ଛୁଇଁ ପାରିବ ନି
ଶୃଙ୍ଖଳା ଭିତ୍ତିରେ
ପଥ ଦ୍ରଷ୍ଟା ମଣିଷର ।

ଆଗୋ ପରମ୍ପରା ମଉନ କାହିଁକି
ବିପ୍ଳବର ସୁରେ
ତୁଙ୍ଗ,ତେଜସ୍ୱିନୀ ହୁଅ ।

ଯୁଗ ଅନୁଯାୟୀ ନିଜକୁ ସଜେଇ
ଶତାବ୍ଦୀ ସୃଜନେ
ନୂଆ ରଙ୍ଗ ଭରି ଦିଅ ।

ଜାତି ବିଭିଧତା ଧର୍ମ ନିଷ୍ଠୁରତା
ନିଜସ୍ୱ ଭିତ୍ତିରେ
ଭାଙ୍ଗି ହୁଅ ବଳିୟାନ ।

ତୁମେ ପରମ୍ପରା,ନୁହଁ କା'ଇସାରା
ନିଜ ଇସାରାରେ
ଯୁଗ କର ତେଜିୟାନ ।


Rate this content
Log in