ଫେରନ୍ତା କି ମୋ ପିଲାଦିନ
ଫେରନ୍ତା କି ମୋ ପିଲାଦିନ
ଇଛା ହୁଏ ,
ଆଉ ଥରେ ଫେରନ୍ତା କି
ମୋ ପିଲା ଦିନ
ମନ ଭରି ଉପଭୋଗ କରନ୍ତି
ସେଇ ଅନ୍ତରଙ୍ଗ ମୁହୂର୍ତମାନ!
ସତରେ କେଡ଼େ
ଅଲିଅଳି,ଅଝଟପଣ
ସୁନାଝରା ସେଇ ଦିନ
ଆଜି ଜ଼ାହା ଲଗେସାତ ସପନ
ମାଆର ପଣତ
ଆଉ ବାପାଙ୍କ ଓଠରୁ
ଝରି ପଡ଼ୁଥିବା ସେନେହ ସୁଧାରେ
ଭିଜି ଜାଉଥିଲି ମୁଁହି!
ଜେଜୀ ମା କୋଳେ ଶୋଇ
ଶୁଣୁଥିଲି କେତେ
ପରୀ ରାଇଜ ଓ ବୁଢ଼ୀ ଅସୁରୁଣି କଥା
ଜାହା ରଖିଛି ସାଇତି
ହ୍ରୁଦୟରେ ଆଜି ମୋର
ହେଲେ ଶୁନ୍ୟ ଲାଗେ ଆଜି
ତା ନରମ କୋଳ ଆଉ
କଥାର ଭିଜିଲା ପଣ
ଶୁସ୍କ ହ୍ରୁଦୟ ମୋ ବିଦାରୀ ହୁଏ
ହଜିବାର ଜନ୍ତ୍ରଣାରେ
ନୀରବ ଆଖିରୁ
ଲୁହ ଟୋପା ଟୋପା ଝରେ!
ସାଂଗସାଥି ମେଳ
ଦାଣ୍ଡ ଧୂଳିଖେଳ
କଙ୍କି,ପ୍ରଜାପତି ପଛେ ପଛେ
ଧାଇଁ ଧାଇଁ ହାଲିଆ ହୋଇଲେ
ମିଳୁଥିଲା କେତେ ଆନନ୍ଦ!
ହେଲେ ଏବେ ବାଟ ଚାଲୁ ଚାଲୁ
ଥକି ଜାଏ ମୁହିଁ
ପାଏ ଯେ ଅନେକ ଯନ୍ତ୍ରଣା !
ରଜ କୁମାରପୁନେଇଁ ପାଖେଇ ଆସିଲେ
ଆଖରୁ ହଜେ ନିଦ
ନୂଆ ଜାମା ପିନ୍ଧିବା ପାଇଁ
ହେଲେ ଏ ଆଖିକୁ
ନୂଆ ପୁରୁଣାର ଫରକ
ଜଣାପଡେ ନାହିଁ!
ସ୍କୁଲ୍ ଜିବା ବାଟେ
କାଦୁଅରେ ଗୋଡ ଖସୁ ଖସୁ ମୋର
ନାନୀ ଧରିନିଏ ହାତ!
ଆଖି ଅଗଣାରୁ ଦୂରଉ ନ ଥିବା
ଜେଜେବାପା ମୋର
କେବେଠୁ ଗଲେଣି ଶୋଇ
ଆଉ ନ ଫେରିବାର
ପ୍ରତିସୃତୀ ଟିଏ ଦେଇ
ଆଜି ଖାଲି ଝୁରେ ମନ
ସେଇ ଭିଜା ଭିଜା ଦିନ
ଆଉଥରେ ପୁଣି
ଫେରନ୍ତା କି ମୋ ପିଲାଦିନ
..............