Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Titi Sarangi

Inspirational

3  

Titi Sarangi

Inspirational

ମଲ୍ଲୀ କଢ

ମଲ୍ଲୀ କଢ

1 min
7.1K



ମଲ୍ଲୀ କଢଟି ହସିହସି ବେଦମ୍

ଏଇ କାଲି ସଞ୍ଜର କଢିଟି!!

ଏବେ ଏବେ ଫୁଟିଛି ।

ସହିବ ବି ଜ୍ଯେଷ୍ଠର ଖରା ।

ଝାଉଁଳି ଯିବ କାଲି ସକାଳକୁ ।

ନିୟତି ଭଳି ମୁଁ ଦେଖୁଛି ସବୁଦିନ

ତା ଭଳି କେତେ କିଏ ଏମିତି ଫୁଟି ଝଡିଲେଣି ।

ସକାଳୁ ଦେଖେ କଢିଟା ଏଇ ଫୁଟିଛି

ଏଇ ତ ବାସରେ ମୋ ମନକୁ ଭରିଦେଉଛି ।


ପୁଣି ସେ ସେଇଠି ନଥାଏ କେଇ ଘଣ୍ଟାପରେ

ଜୀବନର ଅଳୀକତା ଭଳି ଝଡି ଯାଇଥାଏ

ତାଆରି ମୂଳରେ ଯେଉଁଠି ତାର ସୃଷ୍ଟି ।

ଜୀବନ ବି ତ ଝଡିଯାଏ ସେମିତି

କିଛି ଦିନର ମୋହ ମାୟା ଭିତରେ !


ମଲ୍ଲୀ କଢ ଭଳି ବାସଟିକେ ଭରି ଦେଇ

ଆୟୁଷର ପ୍ରାଣ ଉଛଳ କେଇଟା ମୂହୁର୍ତ ଭିତରେ

ଚାଲିଯିବାକୁ ସିନା ତିଆରିଛି ମୋ ସ୍ରଷ୍ଟା ମୋତେ ।

ଝଡି ତ ଯିଵି ଦିନେ ତା ବିଶାଳ ମୂଳପାଖେ

ହସିବି ,ବାସିବି ବୋଲି ତା ମନର କଥା ଆଜି

ମଲ୍ଲୀ କଢର ହସ ଭିତରେ ସେଇ ହିଁ କହୁଥାଏ

ତାକୁ ମୁଁ ଦେଖିନି ସିନା ସେ ଅଛି ମୋ ଅନୁଭଵ ସାଥେ ।


ଶୁଭ ସକାଳ ।


Rate this content
Log in