Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational Others

5.0  

BISWESWAR MAJHI

Inspirational Others

ମୁଁ ଗଛଟିଏ

ମୁଁ ଗଛଟିଏ

1 min
383


ଗଛଟିଏ ମୁହିଁ ଗଛଟିଏ

ଫଳରେ ମୋହର ମଞ୍ଜିଟିଏ ।

ମଞ୍ଜିରୁ ବାହାରେ ଗଜାଟିଏ

ଗଜା ବଢିହୁଏ ଗଛଟିଏ ।

ଯତନ କଲେ ସେ ବଡହୁଏ

ଡାଳ ପତ୍ର ଫୁଲ ଫଳ ଦିଏ ।

ପତ୍ର ଫଳ ଫୁଲ ଔଷଧ ହୁଏ

କେତେ ପଶୁ ପକ୍ଷୀ ଆଶ୍ରା ଦିଏ ।

ମୋଠାରୁ ପାଇବ ଛାଇଟିକେ

ଖରା ଗରମରୁ ତ୍ରାହି ଟିକେ ।

ଅଙ୍ଗାରକାମ୍ଳ ମୁଁ ଶୋଷିନିଏ

ବଦଳେ ଅମ୍ଳଜାନ ଫେରାଏ ।

ବରଷା ପାଇଁ ଭରଷା ହୁଏ

ନଦୀ କୂଳେ ତା ସୁରକ୍ଷା ଦିଏ ।

ବଞ୍ଚିଥିବା ଯାଏ ସବୁ ଦେବି

ମଲେ କାଠର ଜାଳେଣି ହେବି ।

ଘର ତିଆରି ରେ ମୁଁ ଲାଗିବି

ବାଡି ଖଣ୍ଡେ ହାତେ ସାଥୀ ହେବି ।

ସଂଯୋଗ ପାଇଁକି ସେତୁ ହେବି

ଲଢେଇ ପାଇଁ ମୁଁ ଅସ୍ତ୍ର ହେବି ।

ମତେ ଯିଏ ଟିକେ ଯତ୍ନ ଦିଏ

ଋଣୀ ନରହିବି କଥା ଦିଏ ।



Rate this content
Log in

Similar oriya poem from Inspirational