କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା
କାର୍ତ୍ତିକ ପୂର୍ଣ୍ଣିମାର ଶୁଭେଚ୍ଛା
1 min
4.5K
ଶୀତୁଆ ରାତିର ସୁନିଳ ଆକାଶେ
ହସୁଛି ପୁନେଇଁ ଜହ୍ନ
କାର୍ତ୍ତିକ ମାସରେ ଭକତି ବିଭୋର
ଶିଶୁଠାରୁ ବୃଦ୍ଧ ଜନ....
ସାଧବ ପୁଅର ବାଣିଜ୍ୟ ସ୍ମୃତିକୁ
ଓଡିଆ ହେଉଛି ଝୁରି
ମାସ ଯାକ ଧର୍ମ ଉତ୍ସର୍ଗୀ ଦେଇ ସେ
ବୋଇତ ବନ୍ଧାଣ କରି....
ଦୂର ଦୂରାନ୍ତର ବିପଦ ପଥକୁ
ସହଜ ସୁବିଧା ପାଇଁ
ଭରଷା ହୋଇବେ ମଙ୍ଗଳା ମାଆଟି
ଉତ୍କଳ ଜନନୀ ସେଇ....
ଶୁଭେଛା ଜଣାଏ ମୁହିଁ
କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଅବସରେ
ବନ୍ଧୁହୃଦେ ମନ ଥୋଇ....
[ ପ୍ରେମ୍ କବି ଜଗବନ୍ଧୁ ସାହୁ ]