Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ସରଳ ଜୀବନ, ଉଚ୍ଚ ଚିନ୍ତା ହେଉ

ସରଳ ଜୀବନ, ଉଚ୍ଚ ଚିନ୍ତା ହେଉ

1 min
6.9K


ସରଳ ଜୀବନ, ଉଚ୍ଚ ଚିନ୍ତା ହେଉ

 

ପର୍ଶୁରାମ ବିଶ୍ୱାଳ

 

ହେ ମହାବାହୁ ! ଦୂରିତ ନାଶନ ହେ ପ୍ରଭୁ ଚକାନୟନ

ସରଳ ଜୀବନ, ଉଚ୍ଚ ଚିନ୍ତା ହେଉ ଓଡ଼ିଆର ଗଣ୍ଠିଧନ

ଏତିକି କରୁଣା କଲେ ଦୟାମୟ

ଏ ଜାତି ହବ ମହାନ ।

 

ଖାତିରିକି ଆଖି ଆଗରେ ରଖିଣ ଚାଲେ ସବୁ କାମ ଏଠି

ବାହାଘର, ଭୋଜିଭାତ ଯାହା ସବୁ ନିଜେ ନେଏ ତୁ ପରଖି

ମଦର ରାଜୁତି ଦେଖୁଚୁ ତୁ ପ୍ରଭୁ

ଇଏ ସେ ସମ୍ଭ୍ରାନ୍ତ ଚିହ୍ନ ।

 

ବଞ୍ଚିଥିଲାବେଳେ ବାପା ମନେ ନାହିଁ, ତା ଗଲା ଏଗାର ଦିନ

ପାଞ୍ଚ ଦଶଖଣ୍ଡ ଗାଆଁକୁ ନିମନ୍ତା, ପୁଅ ହୁଏ ଧନ୍ୟଧନ୍ୟ

ଦେଖେଇହବାର ମୋହଟି ତୁଟୁନି

ଉଚ୍ଚ ଚିନ୍ତା ଏଠି ଶୂନ ।

 

ଭକତି ନଥାଉ, ଆଡ଼ମ୍ବର ଛାଡ଼ି ହୁଏନା ଠାକୁର ପୂଜା

ଭସାଣି ଜମିବ ନାହିଁ ମହାପ୍ରଭୁ ନବାଜି ରୋଶଣି ବାଜା

ଏ ଖାତିରି ପଛେ ଗୋଡ଼େଇଚୁ ନିତି

ଖୋଜି ଖୋଜି ଯାଏ ଦିନ ।

 

ଆସିଲେ କାଲାମ, ଦେଖିଲା ଓଡ଼ିଶା, ଖୋଜିଲେ ସାଦା ଚଉକି

ଏତେ ବଡ଼ ହେଇ ସରଳ ଜୀବନ ବିଶ୍ୱାସର ସିଏ ସାକ୍ଷୀ

ଖାତିରି ସୁଅରେ ପହଁରେ ଓଡ଼ିଶା

ଦେଖୁଚୁ ତୁ କଳାଦିଅଁ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in