*** ଇଛା ହୁଏ ***
*** ଇଛା ହୁଏ ***
1 min
203
ଇଛା ହୁଏ ଫୁଲ ହୋଇ ଫୁଟିବାକୁ
ଉଦ୍ୟାନ ଭିତରେ
ତୋଳା ହୋଇ ଲାଗିବାକୁ ପ୍ରଭୁଙ୍କର
ପୂଜା ଅର୍ଚ୍ଚନାରେ।
ପକ୍ଷୀଟିଏ ହୋଇ ଉଡିବାକୁ ମନ
ହୁଏ ଅବନୀରେ
ବାଧାବନ୍ଧନରୁ ମୁକ୍ତି ଲାଭକରି
ଉଡିଯା'ନ୍ତି ଦୂରେ।
ଶୋଇକରି ମଧ୍ୟ ଚିନ୍ତାଗ୍ରସ୍ତ ଲୋକ
ରହିଥାନ୍ତି ଚେଇଁ
ସ୍ବପ୍ନ ହୋଇ ଆଣିଦ୍ୟନ୍ତି ସୁଖନିଦ୍ରା
ସେମାନଙ୍କ ପାଇଁ।
ବର୍ଷା ହୋଇ ଝରିଯା'ନ୍ତି ଶୁଷ୍କ ମରୁ
କାନନ,ପ୍ରାନ୍ତରେ
ଜୀବନ ସଂଚରି ଯା'ନ୍ତା ସନ୍ତାପିତ
ପ୍ରାଣୀଙ୍କ ଭିତରେ।
ତାରା ହୋଇ ଚିକ୍ ମିକ୍ କରୁଥା'ନ୍ତି
ନଭର ବକ୍ଷରେ
ଚନ୍ଦ୍ରମାର ଶୀତଳତା ଆଣିଦ୍ୟନ୍ତା
ସୁନିଦ୍ରା ଚକ୍ଷୁରେ।
*** ମିନାକ୍ଷୀ ସାମଲ ***
minusamal1969@gmail.com
7980250037