Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Others

2.7  

Prasanna Kumar Madala

Others

ମହାବାହୁ

ମହାବାହୁ

1 min
13.7K


ତୁମେ ପରା ମହାବାହୁ ମହାପ୍ରଭୁ

ତୁମେ ପରା ମହାବାହୁ... ।

ଜାତ ଏ ସଂସାର ତୁମରି ଅଂଶାର

ସୂକ୍ଷ୍ମାତିସୂକ୍ଷ୍ମ ପ୍ରବାହୁ,

ମିଛେ ସିନା ଭିଡ କେ ଅଛି ନିବିଡ

ଉଦ୍ଧାରିବ ଚାହୁଁ ଚାହୁଁ, 

ପ୍ରଭୁ , କା ଆଗେ କହିବି ଆଉ...।

ପ୍ରବାହ ପ୍ରବଣ ଗଢିଛ ପବନ

ଜଳରେ ଜୀବନ ଥୋଇ,

ଧରା ତଳେ ଧାରା ବୁହାଇଛ ସାରା

ନୀରଧି ଗରଭେ ଶୋଇ ,

ପ୍ରଭୁ , କେ ଆସି ରଖିବ କାହୁଁ...।

ପ୍ରାଣୀଙ୍କ ସକାଶ ଦେଇଛ ପ୍ରକାଶ

ଯତନେ ତପନ ଖଞ୍ଜି,

ଦିଶେ ନାହିଁ ଦିଶା ଶଶି ବିନେ ନିଶା

ତାରକା ରଚିଛ ରଞ୍ଜି, 

ପ୍ରଭୁ , ଏ ଘୋର ରଜନୀ ପାହୁ...।

ପଡିଛି ବିପତ୍ତି ରଖ ହେ ଶ୍ରୀପତି

ଅବଶ ମୁଁ ଭବଜଳେ,

ନକଲେ ମୋଚନ ବୁଜିଲେ ଲୋଚନ

ଶମଶାନେ ଯଦି ଜଳେ, 

ପ୍ରଭୁ , ରଖିବ କି ଦାହୁ ଦାହୁ...।

ତୁମେ ପରା ମହାବାହୁ ମହାପ୍ରଭୁ

ତୁମେ ପରା ମହାବାହୁ...।

ପ୍ରସନ୍ନ କୁମାର ମାଦଳା


Rate this content
Log in