Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramit Mohapatra

Others

3  

Pramit Mohapatra

Others

ହାଏରେ ମୋ’ ପାୱାର ଚଷମା – 6

ହାଏରେ ମୋ’ ପାୱାର ଚଷମା – 6

1 min
6.8K


ବୟସ ମୋ ଗଲା ଅଧା ତ ଗଡ଼ି,

ବଡ଼ି ସକାଳୁ ମୁଁ ଯାଏ ବାହାରି,

ଖଟି ଯେ ମୋହରି ଚାହା ଦୋକାନ

ଚାହା ସାଥିରେ ସେ ଗୋପାଳ ପାନ ।

ମନ୍ଦିର ଭିଡ଼ ଏ କାର୍ତ୍ତିକ ମାସ,

ମାଇପି ପାଳନ୍ତି ଏଣେ ହବିଷ,

ସକାଳ ପ୍ରହରୁ ସିନାନ ସାରି,

ଠାକୁର ଦର୍ଶନେ ଯା’ନ୍ତି ବାହାରି ।

ଉଦ୍ଧତିଆ ମନ କେତେ ସମ୍ଭାଳେ,

ଠାକୁର ଦର୍ଶନ କରିବା ଆଳେ,

ମନ୍ଦିର ଭିତରେ ହୋଇ ପ୍ରବେଶ

ଚାହେଁ ବଲବଲ ସେ କି ସୁବେଶ ।

ମାଇପି ଭିତରେ କିଏ ସେ ଟୋକା,

ନେସି ହେଇଯାଏ ଦେହରେ ଏକା,

କିସ ଏ’ ଷ୍ଟାଇଲି କାର୍ତ୍ତିକ ମାସେ,

ମାଇପିଙ୍କ ଖାଲି ଓଢ଼ଣା ଦିଶେ,

ପିନ୍ଧି “ଜିନ ପ୍ୟାଣ୍ଟ’ ଆସିଛୁ ଚାଲି,

ସକାଳ ପହରୁ ମାରୁ “ଷ୍ଟାଇଲି” ।

ମାଇପି ଭିଡ଼ରେ ଆସିଛୁ ପଶି,

ମୋ’ ହାତରୁ ଏବେ ନଜିବୁ ଖସି ।

ଦରବୁଢା କିରେ ଦିଶୁନି ଆଖି,

ସକାଳୁ ନିଶରେ କଳାକୁ ମାଖି,

ବାହାନା କରି ତୁ ଆସିଛୁ ଚାଲି,

ଆମକୁ ଦେଖାଇ ମାରୁ “ଷ୍ଟାଇଲି”,

ଟୋକା ନୁହେଁ ସେ ତ ନଣନ୍ଦ ମୋର,

ଦୂରେଇ ରହ ରସିକନାଗର,

ମନ୍ଦିର ବାହାରେ ଯେତେ ଚପଲ

ଜାଣିଥା ସେସବୁ “ପଏଣ୍ଟେ ହିଲ’’,

ବରଷା ପରି ଯେ ବର୍ଷିବ ବାଣ,

କହେ ଖାଇ ମୋର ନଣନ୍ଦ ରାଣ ।

ହାଏ ରେ ମୋ ପାୱାର ଚଷମା ...

ମୁନ୍ନା ମହାପାତ୍ର, ଗୁଣପୁର


Rate this content
Log in