କାଳିଆ କୁ ପ୍ରଶ୍ନ
କାଳିଆ କୁ ପ୍ରଶ୍ନ
1 min
6.6K
ଯେତେ ଠୋକର ମୁଁ ଖାଇଲେ ବି ସୁଦ୍ଧା
ଭାବ ଯୋଡେ ବନ୍ଧୁ ବାନ୍ଧିବା ପାଇଁ
ହେଲେ ମୁଁ ଜାଣେନା ବନ୍ଧୁ ବନ୍ଧ କିଆଁ
ଭାଙ୍ଗିଯାଉଅଛି ଲୁହକୁ ଦେଇ
ଭଲଭାବେ ଜାଣେ ତୁ ବନ୍ଧୁ ହୋଇଲେ
ଅନ୍ୟ ବନ୍ଧୁ ସବୁ ଯାଏ ଉଭାଇ
କେବେ ମୋର ବନ୍ଧୁ ହେବୁରେ କାଳିଆ
ବଞ୍ଚିଥିଲେ ଅବା ମରିଲେ ମୁହିଁ
ଚିତ୍ତରଞ୍ଜନ ଲେଙ୍କା,କଟକ