Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

କବିର କବିତା

କବିର କବିତା

1 min
7.3K


କବି ତା' କବିତା ମାଧ୍ୟମରେ

ସୁନ୍ଦର ଶବ୍ଦର ଜାଲ

ଅହରହ ବୁଣି ଚାଲେ,

ସେଇ ଶବ୍ଦର ଯାଦୁଗରୀରେ

ତା' ପାଠକ ମାନଙ୍କୁ

ପଞ୍ଜୁରିରେ ବନ୍ଦିକରି ରଖିବାର

ସମସ୍ତ କ୍ଷମତା ବି ରଖେ ।

କବିର କବିତାରେ

ସ୍ୱପ୍ନ ଆଉ କଳ୍ପନାର

ଏକତ୍ରୀକରଣ ସହ

ସୁନ୍ଦର ଭାବାବେଗ

ମାନଙ୍କର ସମାହାର

ଘଟିଥାଏ ନିତି ।

ସାରା ଦୁନିଆର

କବି ମାନଙ୍କ ଲେଖନୀ

ଚାଲିଥାଏ ଅହରହ

ଗତିଶୀଳ ହୋଇ ।

କେତେ ଭାଷା ଆଉ

ଭାବର କବିତା ସବୁ

ସୃଷ୍ଟି ହୋଇ ଚାଲିଥାନ୍ତି

ଏଠି ସେଠି ସବୁଠି ।

କବିର ଲେଖନୀ ଲେଖି ଚାଲେ

ପ୍ରାକୃତିକ ସୌନ୍ଦର୍ଯ୍ୟରେ

ଭର୍ ପୁର୍ ବିଶାଳ ସମୁଦ୍ର

ଓ ତା'ର କୂଳରେ

ସବୁବେଳେ ମୁଣ୍ଡପିଟି

ନାଚୁଥିବା ଢେଉ ମାନଙ୍କ କଥା

ନଈ, ଝରଣା, ବଣ ଲତା ପାହାଡ

ସହ ଅସୀମ ନୀଳ ଆକାଶ

ତା ବାଦଲ ଓ ସେଠି

ନିତି ଫୁଟୁଥିବା ସୂର୍ଯ୍ୟ, ଚନ୍ଦ୍ର,

ତାରା ମାନଙ୍କ କଥା

ମଣିଷର କଥା ଆଉ

ଈଶ୍ଵରଙ୍କ କଥା ।

କବି ମାତ୍ରେ ହିଁ

ଖୁବ୍ ଖିଆଲି,

ତାଙ୍କ ଭିତରେ

କେତେ ସବୁ ଭାବନା

ଏମିତିରେ ଆସେ

ପୁଣି ମିଳେଇଯାଏ ।

ଆଉ ତା ଭିତରୁ

କିଛି ଭାବନା

ସବୁ ଦିନ ପାଇଁ ହୃଦୟରେ

ଆଙ୍କି ହୋଇଯାଏ ।

କବିର କଲମ ଏଠି

ଉନ୍ମୋଚନ କରେ

ସ୍ୱାର୍ଥପର ମଣିଷର

କାର୍ଯ୍ୟକଳାପ ସହ

ଦୁର୍ନୀତିରେ ଜଡିତ

ନେତା ଓ ଅମଲାଙ୍କର

ସବୁ କିର୍ତ୍ତୀରାଜୀ ।

ଏମିତି ବି ହୁଏ

କବି ତା ଲେଖାରେ

ଭଗବାନଙ୍କ ଭକ୍ତିର ସାଗରେ

ଉବୁଟୁବୁ ହୁଏ ତ

ଆଉ କେତେବେଳେ

ପ୍ରେମର ବର୍ଷାରେ

ଜୁଡୁ ବୁଡୁ ହୁଏ ।

ସେଇ ପ୍ରେମ ପ୍ରଣୟକୁ ନେଇ

କବି ମାନେ ଯୁଗେ ଯୁଗେ

ରଚି ଚାଲିଛନ୍ତି

ତାଙ୍କର ଅନବଦ୍ୟ କୃତି ।

ପ୍ରଶାନ୍ତ କୁମାର ବେହେରା

ଅଧ୍ୟାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର ।

ଦୂରଭାଷ - ୯୪୩୭୧୩୫୯୧୬


Rate this content
Log in