Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Romance

3  

Neelima Nivedita Behera

Romance

କେହିଜଣେ

କେହିଜଣେ

1 min
6.7K


କେହିଜଣେ ଆସିବାର ଅଛି ବୋଲି

ବିଞ୍ଚିଥିଲି ତାରା ଫୁଲ,

ସଞ୍ଜ ଆଗମନେ....

କେହିଜଣେ ଆସିବାର ଅଛି ବୋଲି

ନାଲି ରଙ୍ଗ ଥାପିଥିଲି,

ପଶ୍ଚିମ ଆକାଶେ....

କେହିଜଣେ ଆସିବାର ଅଛି ବୋଲି

ନିଜେ ନଦୀ ହେଇ

ବୋହୁଥିଲି ପବନର ସାଙ୍ଗେ....

ହେଲେ.... କେହି ଆସିଲେନି, ହଁ କେହି ଆସିଲେନି ।

ଆସିଲାନି ମଝି ରାତିରେ କରେଣ୍ଟ୍ କଟିବାର ଭୟ

ପହଞ୍ଚିଲାନି ନିସଙ୍ଗତାର ନିରିମାଖୀ ନିଷ୍ଠୁର ମଳୟ

ଦିଶୁନଥିଲା ନିରାଶାର ନିଶୂନ ସୌମ୍ୟ ଦିଗବଳୟ

ଶୁଭୁନଥିଲା ବି କେହିଜଣେ ଆସିବାର ମିଛ ଆଳ ।

କେହିଜଣେ ଆସିବାର ଅଛି ବୋଲି

ଫିକର କରି ଯେତେ ନିଜକୁ ବୁଝାଇଲେ ସୁଦ୍ଧା

କେହି ଆସିଲେନି.... ମୁଁ ଥିଲି ମୋ ସହ,

ଚାରିପାଖେ ଘେରିଥିଲା

କେବଳ

ଜୀବନ କୁହୁଡ଼ି ଓ ପ୍ରେମର ବଳୟ ।

(ବି.ଦ୍ର.: କେହିଜଣେ ଅପେକ୍ଷା କରିଥାନ୍ତି ମୋ ଲିଖିତ କବିତା ପଢିବା ପାଇଁ, ତେଣୁ ଏ କବିତା ସେଇ କେହିଜଣଙ୍କ ପାଇଁ)


Rate this content
Log in

Similar oriya poem from Romance