Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Children Inspirational

4.9  

ବି. ନିରୁପମା

Children Inspirational

ଦେଶସେବା ଲାଗି ପ୍ରେରଣା ଦିଅ

ଦେଶସେବା ଲାଗି ପ୍ରେରଣା ଦିଅ

1 min
228



ସୁରେନ୍ଦର ସାଏ-ସୁଭାଷ ବୋଷ ,

ତୁମେ ଏ ମାଟିର ମହାପୁରୁଷ ।


ପୁତ୍ର ପଣେ ସତେ ତୁମକୁ ପାଇ ,

ଏଇ ଦେଶ ଧନ୍ୟ ଯାଇଛି ହୋଇ ।


ଅନେକ ବରଷ ଗଲାଣି ବିତି ,

ଜନମି ଏ ଦେଶେ ରଖିଛ କୀର୍ତ୍ତି ।


ନିଜ ସ୍ୱାର୍ଥ ଭୁଲି ଅନ୍ୟର ହିତେ ,

ଅହର୍ନିଶ ତୁମେ ଲାଗିଛ କେତେ ।


ଗୋରା ସରକାର ତଡ଼ିବା ଲାଗି ,

କେତେ କ୍ଳେଶ ତୁମେ ଅଛଟି ଭୋଗୀ ।


ହିସାବ କରିଲେ ସରିବ ନାହିଁ ,

ଆଜି ଦେଶ ମୁକ୍ତ ତୁମରି ପାଇଁ ।


ତୁମରି ନିଃସ୍ୱାର୍ଥ ଉଦ୍ୟମ କ୍ରମେ,

ସ୍ୱାଧୀନତା ସ୍ୱାଦ ଚାଖୁଛୁ ଆମେ ।


ଏତେ ସୁଖ ଶାନ୍ତି ଦେଶକୁ ଦେଇ ,

ଚାଲିଗଲ ତୁମେ ହେ ବୀର କାହିଁ !


ଯେଉଁଠି ରହିଛ ସୁଖରେ ଥାଅ ,

ଦେଶସେବା ଲାଗି ପ୍ରେରଣା ଦିଅ ।


ତୁମରି ଦାୟାଦ ଆମେ ତ ସବୁ ,

ଏଇ ଦେଶ ହିତେ ଜୀବନ ଦେବୁ ।।


Rate this content
Log in

Similar oriya poem from Children