Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

1.0  

Niranjan Sahu

Others

ଜଗନ୍ନାଥଙ୍କ ଉପରେ ଅଭିମାନ

ଜଗନ୍ନାଥଙ୍କ ଉପରେ ଅଭିମାନ

1 min
6.8K


ଜଗତର ନାଥ ଆହେ ଜଗନ୍ନାଥ

ତୁମ ଲୀଳା ବୁଝିପାରୁନି

ଯେତେ ଚେଷ୍ଟା କଲେ ତୁମକୁ ହେ ପ୍ରଭୁ

ଉତର ଖୋଜି ମୁଁ ପାଉନି

ସମସ୍ତେ କୁହନ୍ତି ତୁମେ ବଡ଼ ବୋଲି

ବଡ଼ପଣ କିଛି ଦେଖୁନି

କେତେଯେ ଖୋଜୁଛି ଗରିବଙ୍କ ମଧ୍ୟେ

ଖୋଜି ଖୋଜି ଜମା ପାଉନି

ମନ୍ଦିର ଭିତରେରେ ତୁମେତ ରହୁଛ

ଧନୀଙ୍କୁ ଦର୍ଶନ ଦେଉଛ

ତୁମରି ପାଖକୁ ଆମକୁ ଯିବାକୁ

ଆମକୁ ଆକଟ କରିଛ

ମନ୍ଦିର ବାହାରେ ଭିଖ ମାଗିବାକୁ

ଆମକୁ ସୁଯୋଗ ଦେଇଛ

ଭିଖ ମଗା ନାମେ ପରିଚୟ ଦେଇ

ଆମପ୍ରତି ଦୟା କରିଛ

ମଣିଷ ଜନମ ତୁମେ ତ ଦେଇଛ

ପୁଣି ଅନ୍ତର ପାନ୍ତର କରିଛ

ନିଜକୁ ନିଜେ ପଚାରନ୍ତୁ ପ୍ରଭୁ

ନ୍ୟାୟ କି ଅନ୍ୟାୟ କରିଛ

ବଡ଼କଥା ଟିଏ ମୁଁ କହିଦେଲି

ଗରିବ ଲୋକଟେ ହୋଇ

ଦୋଷ ଧରିବନି ଆହେ ଦୟାମୟ

ଦୟା ପରବଶ ହୋଇ,


Rate this content
Log in