Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Santosh Pattnayak

Others

2  

Santosh Pattnayak

Others

ଶୁଭ ସଞ୍ଜ

ଶୁଭ ସଞ୍ଜ

1 min
148



ଫଗୁଣ ଆସୁଚି ବସନ୍ତକୁ ନେଇ

ଶୀତଟା କଲାଣି ଲାଜ

ବଉଳାଟା ଏବେ ଗୋଠରୁ ଫେରିକି

ପିଇ ସାରିଲାଣି ପେଜ.. ।

ପ୍ରକୃତି ରାଣୀଙ୍କ ଅଧରେ ଶୋଭିତ

ସତେକି ସୂରୁଯ ତେଜ

ନଈରୁ ଫେରିଛି ଚମ୍ପି ବୋଉ ଏବେ

ଯୋଗାଡି ଦେଲାଣି ସଞ୍ଜ.. ।

ସାଆନ୍ତଙ୍କ ଠେଇଁ ଆଳତୀ ଲାଗିବ

ଭକତ ହେଲେଣି ସଜ

ଉପନୀତ ହେଲା ଅପୂର୍ବ ସଞ୍ଜଟା

ମନରେ ବିଭୁଙ୍କୁ ହେଜ.. ।

ଉତ୍କଳୀ ମନାସେ ସର୍ବ ସୁଖ ଶାନ୍ତି

ପକେଇକି ଶୁଭ ସଞ୍ଜ

ତା ଭକ୍ତିରେ ବନ୍ଧା କାଳିଆ ଠାକୁର

ଜନାର୍ଦ୍ଦନ ଚତୁର୍ଭୁଜ.. ।

ସନ୍ତୋଷ ପଟ୍ଟନାୟକ ବେଗୁନିଆପଡା ବ୍ଳକ୍, ତିରିଡା/ ଗଞ୍ଜାମ


Rate this content
Log in