Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Tragedy

3  

Minakshi Samal

Tragedy

ମା'ର କୋଳ ଓ ଶୀତ

ମା'ର କୋଳ ଓ ଶୀତ

1 min
171



କାହାଣୀ ନୁହେଁ ଏ ଅଙ୍ଗେ ନିଭାଇବା

ଦୁଃଖ ଭରା କଥାଟିଏ

କହନ୍ତି ଦୁଃଖକୁ ପ୍ରକାଶ କରିଲେ

ମନଟା ହାଲୁକା ହୁଏ।

କୁଆଁରୀ ମା'ଟି ହାଡଭଙ୍ଗା ଶୀତେ

ଛୁଆଟିକୁ ଧରି କୋଳେ

କୁଙ୍କୁରୀ କାଙ୍କୁରୀ ହୋଇ ବସିଅଛି

ଦୋକାନର ବାରଣ୍ଡାରେ।

ଦୁଇମାସର ତା' କଅଁଳା ଛୁଆଟି

ଥରେ ଠକଠକ ହୋଇ

ମାଆ ର ମାତୃତ୍ବ ରକ୍ଷା କରେ ତାକୁ

ଫଟାକାନି ଟି ଘୋଡ଼ାଇ।

ପଇସା ବାଲାଙ୍କ ଘରେ ଗାଣ୍ଠି ଗାଣ୍ଠି

ଶୀତ ବସ୍ତ୍ରର ସମ୍ଭାର

ଅବଳା ନାରୀ ଟି ଶୀତର ଦାଉରେ

ହେଉଅଛି ହରବର।

କେହିନାହିଁ ତା'ର ସାହା ଓ ଭରଷା

କହିବାକୁ ଆହା ପଦେ

ପଲକ ପଡୁନି ଆଖିରେ ତାହାର

ସକାଳ ହୋଇବ କେବେ?

ସୁରୂଜ ଦେବତା ତା'କୁ ସାହା ହେବେ

ଆସିଲେ ଅବନୀ କୋଳେ

ସେପର୍ଯ୍ୟନ୍ତ ସିଏ ତା'ର ଶିଶୁଟିକୁ

ବଞ୍ଚାଇବ ସ୍ନେହ ବଳେ।

ବଡ ବିଚିତ୍ର ଏ ଦୁନିଆର ନୀତି

ତେଲିଆ ମୁଣ୍ଡରେ ତେଲ

ଦୁଃଖୀ ରଙ୍କି ଦାରିଦ୍ର୍ୟର ତାଡନାରେ

ହୁଅନ୍ତି କି କଲବଲ।


ମିନାକ୍ଷୀ ସାମଲ

Prayrana Abasan,1/A,1stFloor,

Purbapara,Near KhajanaOffice,

Barwaritala Bye Lane,Kestopur

Kolkata-700102.

Mb No- 7980250037





Rate this content
Log in

Similar oriya poem from Tragedy