Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Inspirational

2  

Sukanti Hotta

Inspirational

ଗାନ୍ଧୀ ଜୟନ୍ତୀ

ଗାନ୍ଧୀ ଜୟନ୍ତୀ

1 min
1.5K


ଗାନ୍ଧୀ ଜୟନ୍ତୀ ଆସିଲେ ଖାଲି

ମନେ ପକାନ୍ତି ତୁମକୁ,

ସଜାଇ ଦିଅନ୍ତି ସଭା ମଣ୍ଡପ

ସ୍କୁଲ କଚେରୀ ରାଜରାସ୍ତାକୁ  ।

ଅହିଂସାର ଖାଲି ସ୍ଲୋଗାନ ଦେଇ

ପ୍ରତିମୂର୍ତ୍ତି ତଳେ ମୁଣ୍ଡ ନୁଆଁନ୍ତି,

ଲମ୍ବା ଚଉଡା ଭାଷଣ ଛାଡି

ବଡ ବଡ କଥା ଖାଲି କୁହନ୍ତି l

ସ୍ଵର୍ଗରେ ଥାଇ ଦେଖୁଥ ବସି

ଦୁନିଆର ଏହି ଅଦଭୂତ ରୀତି,

ବୋମା ଗୁଳି ଗୋଳା ଶୀତଳ ଯୁଦ୍ଧରେ

ସାରା ବିଶ୍ୱଟି ଯାଇଛି ତାତି ।

ନିତି ରକ୍ତ ପାତ ଏଠି ହେଉଛି

କରୁଣ ଚିତ୍କାର ଖାଲି ଶୁଭୁଛି,

ହିଂସା ଦ୍ୱେଷ ଲୋଭ ମୋହ ମାୟାରେ

ଖଣ୍ଡ ଯୁଦ୍ଧ ନିତି ନିତି ଚାଲୁଛି ।

କେମନ୍ତେ ସହି ପାରୁଛ ତୁମେ

ଓହ୍ଲାଇ ଆସ ଏ ମର୍ତ୍ତ୍ୟ ଭୂବନେ,

ରାମ ରାଜ୍ୟ ଏଠି ତୁମେ ଗଢ଼ିବ

ଶାନ୍ତିର କପୋତ ନଭେ ଉଡ଼ିବ l

(ରଘୁପତି ରାଘବ ରାଜାରାମ, ପତିତପାବନ ସୀତାରାମ )


ସୁକାନ୍ତି ହୋତା

ତାଳଚେର


Rate this content
Log in

Similar oriya poem from Inspirational