Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଆ ଜହ୍ନ ମାମୁଁ

ଆ ଜହ୍ନ ମାମୁଁ

1 min
7.4K


ଆ ଜହ୍ନ ମାମୁଁ ଆ ଜହ୍ନମାମୁଁ ଶରଗ ଶଶୀମୋ କାହ୍ନୁ ହାତେ ପଡ ଖସି

ଅମୃତ ଖେଳନା ପୁଅ ହାତେ ଦେବ ଯଶୋମତି ମା' ଆଶି ।

ପ୍ରହେଳିକାଟିଏ ଯୁଗ ଯୁଗ ଧରି କବି ପ୍ରାଣର ଉପମା

ଚନ୍ଦନ ପେଡି ଗ୍ରୀଷମେ ଶୀତଳ ହୋଇବ ଅବା କେ ବାମା ।

ବିରହ ବିଧୁର ଚକୋର ଚକୋରି ପାଇଁ ଅଭିଶାପ ଧରେ

ଦିଗ ବଣିକର ନୀଳେନ୍ଦ୍ର ମଣିଟି ହାତୀ ଦାନ୍ତ ଫରୁଆରେ ।

ଶଶାଟିଏ ଅବା ମରଣ ଲଭିଛି ସରଗ ଯିବାର ବାଟେ

କୀରତି ନାରୀର ପଦର କର୍ଦମ ଲାଗିଛି ସରଗ ଘାଟେ ।

ସାମ୍ୟବାଦୀର ରୁଟିଟିଏ ଅବା ପୁରିବ ଗରିବ ପେଟ

ଜଉତିଷ ପାଇଁ ନବଗ୍ରହ ମଧ୍ୟେ ଦୁତୀୟ ଗ୍ରହର ଆଣ୍ଟ ।

ଅଭିଶାପ ଗ୍ରସ୍ତ ନାୟକ ଟିଏ ସେ ପକ୍ଷେ ଜିଏଁ ପକ୍ଷେ ମରେ

ଅମାବାସ୍ୟାର ଅମା ଅନ୍ଧାର ପୂର୍ଣିମାର ଅଭିସାରେ ।

ମହାକାଶଚାରୀ ପାଦ ଥାପି କଲା ଉପଗ୍ରହର ପ୍ରମାଣ

କୁମଦିନୀ ଜଳେ ଦିଏ ଆତ୍ମାହୁତି ସତୀନାରୀ ପତିପ୍ରାଣ ।

ଧନୀକ ବସିଛି ଜାଗା କିଣି ସେଠି ଗଢିବ ହୋଟେଲ ଶିଳ୍ପ

ଗରିବ ଏବେବି ବିଜୁଳି ନପାଇ ଖୋଜୁଛି ଆଲୋକ ଅଳ୍ପ ।

ଚନ୍ଦ୍ର ହେ ତୁମେ ବିଂଚୁଥାଅ ବସି ତୁମ ଶୀତଳ କିରଣ

ଅମା-ଆଲୋକର ଲୁଚକାଳି ଖେଳ ଯଥା ଜୀବନ-ମରଣ ।


ବିଶ୍ଵେଶ୍ୱର ମାଝୀ

9437697161

majhibisweswar@gmail.com


Rate this content
Log in