Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

4  

Parshuram Biswal

Others

କୋଟି ହୃଦୟରେ ବଞ୍ଚିବି ମୁଁ ମରି

କୋଟି ହୃଦୟରେ ବଞ୍ଚିବି ମୁଁ ମରି

1 min
13.2K


କୋଟି ହୃଦୟରେ ବଞ୍ଚିବି ମୁଁ ମରି

 

ପର୍ଶୁରାମ ବିଶ୍ୱାଳ

 

ରକତର ହୋରି ଖେଳିବାକୁ ହରି ସୀମାରେ କରିଚି ଘର

ସନ୍ତରାସବାଦୀ ଅନୁପ୍ରବେଶକୁ ରୋକିବା କାମଟି ମୋର

ଭୁଲିଯାଇଅଛି ମୋ ଘରସଂସାର

ତୁ ଏକା ସାହା ତା’ର ।

 

ବାପା ମୋର ବୁଢ଼ା, ବୋଉ ମୋ ରୋଗିଣା, କି କହିବି ମହାବାହୁ

ମୋର କିଛି ହେଲେ ବୁଝେଇବୁ ତାଙ୍କୁ, କାନ୍ଦିବେନି ଜମା ସେହୁ

ଦେଶ ପାଇଁ ତାଙ୍କ ପୁଅ ଚାଲିଗଲା

ଏ ଭାଗ୍ୟ ଅଛି କାହାର !

 

ମୋ ଖବର ଶୁଣି ଭୂଇଁରେ ଲୋଟିଣ କାନ୍ଦିବ ମୋର ଘରଣୀ

ଜନମ ଯାହାର ମରଣ ତା ଅଛି, ବୁଝେଇବୁ ବେଣୁପାଣି

ଜନ୍ମମାଟି ପାଇଁ ସ୍ୱାମୀ ଦେଲା ପ୍ରାଣ

ଗରବ ଏ ସିନା ତା’ର ।

 

ମୋ ଝିଅ କଥା ମୁଁ କି କହିବି ପ୍ରଭୁ, ଭାରି ସିଏ ଅଭିମାନୀ

ମୋ କଥା ଶୁଣି ସେ ମୂକ ହେଇଯିବ, ଜାଣିଚି ମୋର ବାୟାଣୀ

କିମିତି ତାକୁ ତୁ ବୁଝେଇବୁ ପ୍ରଭୁ

ଇଏ ତୋହରି ବିଚାର ।

 

ଏତିକି ମାଗୁଣି ହେ ଜଗନ୍ନାଥ ! କହିବୁ ମୋ ସାଇଭାଇ

ଭଲମନ୍ଦେ ଟିକେ ରଖିବେ ନଜର ମୋ ସଂସାର ମୁଁ ନାହିଁ

କୋଟି ହୃଦୟରେ ବଞ୍ଚିବି ମୁଁ ମରି

ଏ ସୌଭାଗ୍ୟ ଅଛି କା’ର ?

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in