ଏଇ ପାର୍ବଣ ଋତୁରେ
ଏଇ ପାର୍ବଣ ଋତୁରେ
ଏଇ ପାର୍ବଣ ଋତୁରେ
ଦେବୀ ମାନେ ମାନେ ଜଳ ଜଳ
ମାଳ ମାଳ ପୂଜା ପତ୍ରିକା ଭିତରେ
ଆଲେଖ୍ୟ ରେ ଅନୁଭୂତି ରେ ଆଉ କବିତା ରେ ...
ସମସ୍ତେ ବର୍ଣ୍ଣନା କରନ୍ତି ଦେବୀଙ୍କୁ
ନିଜ ନିଜ ରୂପ ଦେଇ
ନାରୀଙ୍କୁ ଦୂର୍ଗା ବେଶ ରେ ସଜେଇ ...
ବିଡମ୍ବନା …
ଗୋଟେ ପଟେ ପୂଜା ହୁଏ ଧୁମଧାମ ରେ
ଗାଁ ଠୁ ସହର
ପ୍ରକମ୍ପିତ ହୁଏ
ଡି.ଜେ ସାଉଣ୍ଡ ରେ
ମନ୍ତ୍ର ଧ୍ୱନି ରେ
ଅନ୍ୟପଟେ
ଦେବୀ ଆରଧନା କରୁଥିବା ମଣିଷ
ପାଲଟେ ରକ୍ଷକ ରୁ ରାକ୍ଷସ
କରେ ଇଜ୍ଜତ ଲୁଣ୍ଠନ ଅବଳା ର
ପୂଜା ଗହ ଗହ ଭିତରେ
ହଜି ଯାଏ ପୀଡ଼ିତା ର
ଯନ୍ତ୍ରଣା ଜର୍ଜରିତ ଆକୁଳ ଚିତ୍କାର ...
ପୂଜା ଆସିଲେ
ଭୟ ଟିଏ ଆବୋରି ବସେ
ମା ମନ ରେ
ଏ ଗହଳି, ମନ୍ତ୍ର ଧ୍ୱନି
ସବୁ ଲାଗେ ଫିକା ଫିକା
ସବୁଦିନ ଖବରକାଗଜ ଦେଖିଲା ପରେ
ଭଉଣୀ ଟିଏ ମା ଟିଏ ଝିଅ ଟିଏ
ବୁଲି ପାରେନି ମେଳା
ଦର୍ଶନ କରି ପାରେନି ଦେବୀଙ୍କୁ
ସ୍ବଚ୍ଛନ୍ଦ ରେ ନିର୍ଭୟ ରେ
ଯାତ୍ରା କି ମେଳା ଭିଡ ରେ
ଦେଖିବାକୁ ଆସୁଥିବା ଅଧିକାଂଶ ଭକ୍ତ ଏଠି
ଭକ୍ତି ଅପେକ୍ଷା ଭୋଗ ରେ ବିଭୋର
ଦେବୀ ଅପେକ୍ଷା ଦୃଷ୍ଟି
ନୂଆ କରି ଦୁନିଆ ଦେଖୁଥିବା
କୋମଳ ନିରୀହ ଛୁଆ ଉପରେ
ସେମାନେ ଆଦିମ ଇଚ୍ଛା ପୂରଣ କରିବାକୁ ହମ ହମ
ଅନ୍ଧାର ଆଉ ଭିଡ ର ସୁଯୋଗ ରେ ...
ଆକର୍ଷିତ କରି ପାରେନି
ସବୁ ବର୍ଷ କାୟା ବିସ୍ତାର କରୁଥିବା
ସୁ ଉଚ୍ଚ ତୋରଣ
ସୁ ସଜ୍ଜିତ ଆଲୋକମାଳା
ଭବ୍ୟ ପେଣ୍ଡାଲ
ଗୋଟିଏ ପଟେ
ଦେବୀ ମାନେ ସଜେଇ ହୁଅନ୍ତି
ମହଣ ମହଣ
ଅଳଙ୍କାର ଆଭୂଷଣରେ
ଅଥଚ …
ପୂଜକ ସାଜିଥିବା ମଣିଷଟିଏ
ଖୋଜି ପଏନି
ନାରୀ ଭିତରେ ଦେବୀତ୍ଵକୁ
ନିର୍ଜନ ଜାଗା
ସେ ହେଉ ଦେବାଳୟ ନଈ ପଠା
ହେଉ ଅବା ସୁସଜ୍ଜିତ ମନ୍ଦିର ପ୍ରାଙ୍ଗଣ
ଏକା ଆଉ ଅସହାୟତା ର ସୁଯୋଗ ନେଇ
ପୂଜକ ରୁ କାମୁକ ପାଲଟି
ଲୁଟିବାକୁ ପଛାଏନି ନାରୀତ୍ଵକୁ ...
ହେ ଦେବୀ .!!!...
ତମେ ଆସ
ସବୁ ନାରୀ ଦେହରେ
ବସବାସ କର ତମକୁ ପୁଜୁଥିବା
ପ୍ରତିଟି ଭକ୍ତ ହୃଦୟରେ
ପୁଣି ଥରେ ହୁଅ ଖଡ୍ଗ ହସ୍ତ
ଦିଅ ସଦବୁଦ୍ଧି
ମାନବ ଜାତିକୁ
ଲୋପ ପାଉ ପାଶବିକତା
ପ୍ରତି ନାରୀ ପାଲଟନ୍ତୁ ଦୂର୍ଗା
ପୂଜିତ ହୁଅନ୍ତୁ ଘରେ ଘରେ
ପୁର ପଲ୍ଲୀ ରେ ...
ତେବେ ଯାଇ ବିଜୟ ଲଭିବ
ଲୋପ ପାଇବ ହୀନମନ୍ୟତା
ବିକୃତ ମାନସିକତା ଆଉ ପାଶବିକତା
ନାରୀ ଙ୍କୁ ଦିଅ ଶକ୍ତି
କର ସର୍ବଂସହା
କରୁ ଶତ୍ରୁ ସଂହାର
ଉଡୁ ତମ ବିଜୟର ବାନା
ପ୍ରତିଷ୍ଠିତ ହେଉ ତମ ସତ୍ତା
ପ୍ରତିଟି ନାରୀ ହୁଅନ୍ତୁ
ତମ ଅବତାର
ଆଉ ଏ ମହୀରେ ହେଉ
ଶାନ୍ତି ପ୍ରତିଷ୍ଠା ....