Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Others

2  

Geeta Sarangi

Others

ଜୀବନ ଗୀତା-୨୮୧

ଜୀବନ ଗୀତା-୨୮୧

1 min
201


ଜୀବନ ନଈରେ କେତେ

ପାଣି ବହି ଗଲାଣି

ସ୍ମୃତିର ତୁଠରେ କେତେ

ଶିଉଳି ବସିଲାଣି ॥୦॥

ସମୟ କାହାକୁ କରେନା ଅପେକ୍ଷା

ଧାଉଁଥାଏ ଅବିରତ

ତା ପାଦରେ ପାଦ ମିଶାଇ ପାରିଲେ

ଜୀବନ ତ ଫଳପ୍ରଦ

ପଛରେ ପଡଇ ଯିଏ

ଜୀବନ ତା ଉଜାଣି ॥୧॥

ସ୍ମୃତିରେ ଶିଉଳି ବସିଗଲେ ଥରେ

ଭୁଲିଯାଏ ସବୁକିଛି

ଆତ୍ମୀୟ ସ୍ୱଜନ ବଂଧୁ ପରିଜନ

ମନେ ରହେନାହିଁ କିଛି

ସାରା ପରିବାର ମଧ୍ୟେ

ପଡିଯାଏ ଭାଳେଣି ॥୨॥


Rate this content
Log in