Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

ଇମିତି ପାନେ ମୁଁ ଦେବି ବେଳ ଦେଖି

ଇମିତି ପାନେ ମୁଁ ଦେବି ବେଳ ଦେଖି

1 min
1.2K


ଇମିତି ପାନେ ମୁଁ ଦେବି ବେଳ ଦେଖି

 

ପର୍ଶୁରାମ ବିଶ୍ୱାଳ

 

ମୋ କଳେବର ନୂଆ ରୂପ ମୋତେ କି ଖୁସି ଦବରେ କହ

ନନ୍ଦିଘୋଷେ ବସି କହୁଛି କହ୍ନେଇ ଜଗତର ବଡ଼ ଦିଅଁ

ଯେତେଦିନ ଯାଏ ପୋଛି ନପାରିଛି

ଓଡ଼ିଆ ଆଖିର ଲୁହ ।

 

କୋର୍ଟ କଚେରି, ଅଫିସ୍-ରେ ଖାଲି ଲାଞ୍ଚ-ମିଛ କାରବାର

ଯାତନା ସହୁଛି ଗରିବ ବିଚରା ସେ ସିନା ଏକା ଶିକାର

ତାଙ୍କ କଥା ଆଗେ ବୁଝିବି ମୁଁ ନିଜେ

ଆଉ କିଛି କାଳ ରୁହ ।

 

ଲୁହ ଲହୁ ଢାଳି ରଖିଲେ କେ’ କେତେ ସଞ୍ଚୟ ବହିରେ ଟଙ୍କା

ଠକେଇ ସଂସ୍ଥା ସେ ଠକି ନେଇଗଲେ ବନେଇ ଲୋକଙ୍କୁ ବୋକା

ତାଙ୍କର କଅଣ କରିବି ଦେଖିବ

ଭାବିଛନ୍ତି କାଠ ଦିଅଁ ।

 

ନିଜ ସ୍ଵାର୍ଥ ପାଇଁ କିଛି ଆନ ନେତ୍ରେ ଭରନ୍ତି ଶୁଖୁଆ କଣ୍ଟା

ଏଇ କାମ ପାଇଁ ଆଗରେ ଅଛନ୍ତି ରାଇଜର ରାଜନେତା

ଇମିତି ପାନେ ମୁଁ ଦେବି ବେଳ ଦେଖି

ଛାଡ଼ି ଯିବ ଅଭିନୟ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****

 


Rate this content
Log in